15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶ୩୦୦ ଟଙ୍କା ପାଇଁ ଗଲା ଜୀବନ

୩୦୦ ଟଙ୍କା ପାଇଁ ଗଲା ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରୁ ଏକ ବିସ୍ମୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ମାତ୍ର ଏକ ୩୦୦ଟଙ୍କାର ଟି-ସାର୍ଟ ପାଇଁ ଜଣେ ସାଙ୍ଗର ଜୀବନ ଯାଇଛି। ଏହି ଟି-ସାର୍ଟକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏହି ବିବାଦରେ ଶୁଭମ୍‌ର ମୃତ୍ୟୁ ହୋଇଯାଇଛି। ଶାନ୍ତିନଗର ପୁଲିସ ଥାନା ଅନ୍ତର୍ଗତ କାବରାପେଠ ଅଞ୍ଚଳରେ ବସବାସ କରୁଥିବା ଅକ୍ଷୟ ଅନ୍‌ଲାଇନ୍‌ରେ ଟି-ସାର୍ଟ ଅର୍ଡର୍ କରିଥିଲେ। ଯାହାର ମୂଲ୍ୟ ୩୦୦ଟଙ୍କା ଥିଲା। ଏହି ଟି-ସାର୍ଟ ଅକ୍ଷୟଙ୍କୁ ଛୋଟ ହୋଇଥିଲା। ତେଣୁ ସେ ଶୁଭମ୍‌ଙ୍କୁ ଉକ୍ତ ସାର୍ଟ ଦେଇଥିଲେ।

କିନ୍ତୁ ଶୁଭମ ଉକ୍ତ ଟି-ସାର୍ଟ ବାବଦକୁ ୩୦୦ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗିଯାଇ ଶୁଭମ ୩୦୦ଟଙ୍କା ଆଣି ଅକ୍ଷୟଙ୍କ ମୁହଁରେ ଫିଙ୍ଗିଥିଲେ। ଏଥିରେ ଅକ୍ଷୟ ରାଗିଯାଇ ଭାଇକୁ ସାଙ୍ଗରେ ଧରି ଶୁଭମ୍ ଉପରେ ଆକ୍ରମଣ କରିଥିଲେ। ଅକ୍ଷୟଙ୍କ ମାଡ଼ରେ ଶୁଭମ୍‌ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅକ୍ଷୟ ଓ ତାର ଭାଇକୁ ଗିରଫ କରିଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking