ବାଲେଶ୍ୱର: ଧାନକଟା ମେସିନ୍ରେ କଟି ଚାଷୀଙ୍କ ମୃତ୍ୟୁ ଘଟିଛି । ସଦର ଥାନା ବର୍ଦ୍ଧନପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଧାନ କାଟିବା ବେଳେ ଅସାବଧାନତାରୁ ମେସିନ୍ରେ ପଶି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚାଷୀଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










