ବାଙ୍କୀ: ବିଦ୍ୟୁତ ଫାଶ ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ । ବାରହା ଶିକାର ପାଇଁ ଖଞ୍ଜିଥିବା ବିଦ୍ୟୁତ ତାର ଲାଗି ଚାଷୀଙ୍କ ମୃତ୍ୟୁ ଘଟିଛି । କୁଶପଙ୍ଗୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ କୁଶପଙ୍ଗୀ ଗାଁର ଗନ୍ଧର୍ବ ପ୍ରଧାନ । ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତିକୁ ଗିରଫ ଦାବି । ଘଟଣା ପରେ ପ୍ରତିବାଦରେ ପରିବାର ଲୋକଙ୍କ ରାସ୍ତାରୋକ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ରାସ୍ତାରୋକ ଯୋଗୁଁ କଟକ-ବାଙ୍କୀ ମୁଖ୍ୟରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି ।