30.1 C
Bhubaneswar
Tuesday, February 10, 2026
Homeଓଡିଶାଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ

ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ

ଯାଜପୁର: ଠେକୁଆ ଦେଖାଇବାକୁ କହି ୮ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମ ଘଟଣାରେ ୫୩ବର୍ଷୀୟ ବୃଦ୍ଧ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଅଭିଯୁକ୍ତ ହେଲେ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଅରକ୍ଷିତ ପରିଡ଼ା। ୨୦୨୪ ମସିହା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ୮ ବର୍ଷୀୟ ନାବାଳିକା ଝିଅକୁ ଠେକୁଆ ଦେଖାଇବାକୁ କହି ବାଡ଼ିକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ପିଡିତାର ପ୍ରବଳ ମାତ୍ରାରେ ରକ୍ତଶ୍ରାବ ହେବାରୁ ପରିବାର ବର୍ଗ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏନେଇ ପିଡିତାଙ୍କ ମା ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ କୁ ଭିତ୍ତି କରି ଦୁଷ୍କର୍ମକାରୀ ଫେରାର ଅରକ୍ଷିତ ଙ୍କୁ ପୋଲିସ ବହୁ ଖୋଜାଖୋଜି ପରେ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲା ର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ୨୪ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୨ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୨୪ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking