19.1 C
Bhubaneswar
Wednesday, January 22, 2025
Homeଓଡିଶାଅନୁଗୁଳ୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

୨ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରିଆବେଡ଼ା ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ଅତି ନୃଶଂସଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରିଆବେଡ଼ା ଗାଁର ଭିକାରୀ ନାଏକଙ୍କ ସହ ସେହି ଗାଁର ମିଟୁ ନାଏକଙ୍କ ଜମି ବିବାଦ ଲାଗି ରହିଥିଲା । ଏକ ମକାପଦାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ୨୦୧୫ ଅଗଷ୍ଟ ୧୭ ତାରିଖରେ ଏହା ଉଗ୍ରରୂପ ଧାରଣ କରିଥିଲା । ଦୁଇ ପରିବାର ଭିତରେ ଝଗଡ଼ା ବଢ଼ିବା ପରେ ହଠାତ୍ ମିଟୁ ଏକ ଟାଙ୍ଗିଆ ଧରି ଭିକାରୀଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇଥିଲେ ।

ମିଟୁଙ୍କ ଶଳା ହର ଭିକାରୀଙ୍କୁ ଜୋର କରି ଧରିଥିଲାବେଳେ ମିଟୁ ଭିକାରୀଙ୍କୁ ଚୋଟ ପରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଭିକାରୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଭିକାରୀଙ୍କ ସ୍ତ୍ରୀ ଶୋଭାଗିନୀ ନାଏକ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଦୁଇ ଅଭିଯୁକ୍ତ ମିଟୁ ଓ ହରଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷୀ ୧୨ ଜଣ ସାକ୍ଷ୍ୟଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହି ମାମଲାକୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking