21.1 C
Bhubaneswar
Thursday, January 30, 2025
Homeଦେଶ ବିଦେଶପୁଅର ବାପାକୁ ଚିଠି: ସ୍ତ୍ରୀର ଅତ୍ୟାଚାର ସହିନପାରି ଆତ୍ମହତ୍ୟା

ପୁଅର ବାପାକୁ ଚିଠି: ସ୍ତ୍ରୀର ଅତ୍ୟାଚାର ସହିନପାରି ଆତ୍ମହତ୍ୟା

କର୍ଣ୍ଣାଟକ: ବାପାଙ୍କୁ ଚିଠି ଲେଖି ସବୁ ଦିନ ପାଇଁ ଦୁନିଆକୁ ଛାଡି ଚାଲିଯାଇଛନ୍ତି ଜଣେ ୪୦ ବର୍ଷିୟ ଯୁବକ । ବାପା ମାଆ ଭାଇ ସମସ୍ତେ ଏବେ ନ୍ୟାୟ ଅପେକ୍ଷାରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ମୃତ ଯୁବକର ଦୁଇ ବର୍ଷ ତଳେ ବିବାହ ହୋଇଥିଲା । କିନ୍ତୁ ବିବାହର ୩ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା । ଆଉ ଏହି ସ୍ୱାମୀ ସ୍ତ୍ରୀ ଝଗଡା ଛାଡପତ୍ର ଯାଏଁ ପହଞ୍ଚିଥିଲା । ମୃତ ଯୁବକଙ୍କ ସ୍ତ୍ରୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଆଉ ନିଜର ଭରଣ ପୋଷଣ ପାଇଁ ୨୦ଲକ୍ଷ ଟଙ୍କା ମାଗିଥିଲା । ସେପଟେ ଘର ଲୋକଙ୍କ କହିବା ଅନୁସାରେ, ଜାନୁଆରୀ ୨୬ତାରିଖ ଦିନ ପରିବାରର ସବୁ ସଦସ୍ୟ ଚର୍ଚ୍ଚ ଯାଇଥିଲେ । ଚର୍ଚ୍ଚରୁ ଘରକୁ ଫେରିବା ପରେ ଦେଖିବାକୁ ପାଇଥିଲେ, ତାଙ୍କ ପୁଅର ଶବ ଫାଶୀରେ ଓହଳିଛି । ଆଉ ହାତରେ ଏକ ସୁଇସାଇଡ୍ ନୋଟ୍ ବି ରହିଛି । ନୋଟରେ ଲେଖା ଥିଲା, ‘ବାପା ମତେ କ୍ଷମା କରିବ… ମୋ ସ୍ତ୍ରୀ ପିଙ୍କି ମତେ ମାରୁଛି… ସେ ମୋର ମୃତ୍ୟୁ ଚାହୁଁଛି… ମୁଁ ତାର ଅତ୍ୟାଚାର ସହିନପାରି ଆତ୍ମହତ୍ୟା କରିବାକୁ ଯାଉଛି’ । ନୋଟରେ କିଛି ଏଭଳି ଲେଖି ଆତ୍ମହତ୍ୟା କରିଛନ୍ତି ଯୁବକ । ଗତ କିଛି ମାସ ପୂର୍ବେ ମୃତ ବ୍ୟକ୍ତିଙ୍କର ଚାକିରି ଚାଲିଯାଇଥିଲା । ସେ ବେରୋଜଗାର ହୋଇଯାଇଥିଲେ । ଏଥିରେ ବି ତାଙ୍କ ସ୍ତ୍ରୀ ତାଙ୍କୁ ଟଙ୍କା ମାଗି ଧମକାଉଥିଲେ । ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ଯୁବକ ଜଣକ ଆତ୍ମ ହତ୍ୟା କରିଛନ୍ତି । ଏବେ ପରିବାର ଲୋକ ପୋଲିସର ଦ୍ୱାରସ୍ଥ ହେବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଅନ୍ୟପଟେ ପୋଲିସ ଆତ୍ମହତ୍ୟା ପାଇଁ ଉସକେଇବା ଭଳି ଧାରା ଲଗାଇ ଏହି ଘଟଣାର ଯାଞ୍ଚ କରୁଛି । ତେବେ ଏହି ଘଟଣାଟି ଘଟିଛି କର୍ଣ୍ଣାଟକର ଚାମୁଣ୍ଡେଶ୍ୱରୀ ନଗରରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking