26.1 C
Bhubaneswar
Monday, December 16, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ତରଫରୁ ରାହୁଲଙ୍କୁ ଚିଠି

ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ତରଫରୁ ରାହୁଲଙ୍କୁ ଚିଠି

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ଚିଠି ଫେରାଇବେ ଗାନ୍ଧି ପରିବାର । ବିରୋଧୀ ଦଳ ନେତା ତଥା ରାଇବରେଲି ସାଂସଦଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ଏବଂ ପୁସ୍ତକାଳୟ । ଏଡଭିନା ମାଉଣ୍ଟ ବେଟନଙ୍କୁ ନେହରୁ ଲେଖିଥିବା ଚିଠି ଫେରାଇବାକୁ କୁହାଯାଇଛି । ମାତ୍ର ଏହାକୁ ନେଇ କଂଗ୍ରେସ ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଅନୁଯାୟୀ, ଏହି ଚିଠି ୧୬ ବର୍ଷ ପୂର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ପାଖରେ ପହଞ୍ଚି ସାରିଛି । ଡିସେମ୍ବର ୧୦ ତାରିଖରେ ପି ଏମଏମଏଲ ର ସଦସ୍ୟ ରିଜଓ୍ବାନ କାଦରୀଙ୍କ ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ପଠାଇଛି । ଏଥିରେ ସୋନିଆ ଗାନ୍ଧିଙ୍କ ନିକଟରେ ଥିବା ନେହରୁଙ୍କ ଅରିଜିନାଲ୍ ଚିଠି କିମ୍ବା ଫଟୋ କପି କିମ୍ବା ଡିଜିଟାଲ୍ କପି ଫେରସ୍ତ କରିବାକୁ ନିବେଦନ କରାଯାଇଛି । ସବୁଠୁ ବଡ଼ କଥା ହେଉଠି, ସେପ୍ଟେମ୍ବର ମାସରେ ଚିଠି ଫେରାଇବାକୁ ସୋନିଆ ଗାନ୍ଧିଙ୍କୁ ନିବେଦନ କରାଯାଇଥିଲା । ୧୯୭୧ ମସିହାରେ ଚିଠିକୁ ନେହରୁ ମେମୋରିଆଲ୍ ମ୍ୟୁଜିୟମ ଏବଂ ଲାଇବ୍ରେରୀରେ ଜମା କରାଯାଇଥିଲା । ରିପୋର୍ଟ ମୁତାବକ, ୨୦୦୮ରେ ୟୁପିଏ ସରକାର ସମୟରେ ୫୧ ବକ୍ସରେ ଲେଟରକୁ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଥିଲା । ଏହି ଚିଠିରେ ପଣ୍ଡିତ୍ ନେହରୁଙ୍କ ସମେତ ବହୁ ବଡ଼ ଐତିହାସିକଙ୍କ ନାଁ ରହିଛି । ଏଡଭିନା ମାଉଣ୍ଟବେଟନ, ଏଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପହ୍ନାଜା ନାଇଡ଼ୁ, ବିଜୟଲକ୍ଷ୍ମୀ ପଣ୍ଡିତ, ଆରୁଣା ଆସିଫ୍, ବାବୁ ଜଗତଜୀବନ ରାମ, ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ନାଁ ସାମିଲ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking