13.1 C
Bhubaneswar
Wednesday, January 14, 2026
Homeଓଡିଶାସିବିଏସ୍‌ଇ ସ୍କୁଲକୁ ଚିଠି : ଗଠନ ହେବ ସୁଗାର ବୋର୍ଡ

ସିବିଏସ୍‌ଇ ସ୍କୁଲକୁ ଚିଠି : ଗଠନ ହେବ ସୁଗାର ବୋର୍ଡ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାରା ପରିଚାଳିତ ହେଉଥିବା ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକରେ ଖୁବ୍‌ଶୀଘ୍ର ଗଠନ ହେବ ସୁଗାର ବୋର୍ଡ। ଏନେଇ ସମସ୍ତ ସିବିଏସଇ ସ୍କୁଲକୁ ଚିଠି କରାଯାଇଛି। ଏହି ବୋର୍ଡ଼ ପିଲାଙ୍କର ରକ୍ତ ସର୍କରା ନିୟନ୍ତ୍ରଣ ପାଇଁ ନିୟମିତ ଯାଞ୍ଚ କରିବ। ମିଳିଥିବା ସୂଚନା ଅନୁସାରେ ଅଧିକ ସର୍କରା ଜାତୀୟ, ଅଧିକ ମାତ୍ରରେ ମୃଦୁ ପାନୀୟ, ବିଭିନ୍ନ ଫାଷ୍ଟ ଫୁଡ, ବାରମ୍ବାର ବାହାର ଖାଦ୍ୟ ଖାଇବା ଦ୍ୱାରା ମଧୁମେହ ଦେଖା ଯାଇଥାଏ। ସର୍କରା ଯୁକ୍ତ ଖାଦ୍ୟ କେବଳ ମଧୁମେହ ସୃଷ୍ଟି କରେ ନାହିଁ, ପିଲାଙ୍କ ଅତ୍ୟଧିକ ମୋଟା ହେବାର କାରଣ ସାଜିଥାଏ। ଏହାଛଡ଼ା ଦାନ୍ତ ସମସ୍ୟା, ଖାଦ୍ୟ ହଜମ ନହେବା ଭଳି ସମସ୍ୟା ଆଶଙ୍କା ସୃଷ୍ଟି କରିଥାଏ। ଦୀର୍ଘ ଦିନ ଧରି ପିଲାଙ୍କ ଏହିପରି ସ୍ୱାସ୍ଥ୍ୟଗତ ସମସ୍ୟା ରହିଲେ ଶିକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ ହୋଇପାରେ। ତେବେ ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ସିବିଏସ୍‌ଇ ସ୍କୁଲରେ ସୁଗାର ବୋର୍ଡ ପ୍ରତିଷ୍ଠା କରାଯିବା ନେଇ ଯୋଜନା କରାଯାଉଛି।

ଯେଉଁଥିରେ ପିଲାମାନଙ୍କୁ ସର୍କରା ଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ପାଇଁ ଶିକ୍ଷା ଦିଆଯିବ। ସର୍କରା ଯୁକ୍ତ ଖାଦ୍ୟ ଖାଇବା କେତେ ବିପଦ ତାହା ପିଲାଙ୍କୁ ସଚେତନ କରାଯିବ। ଯେପରି କି ଜଙ୍କ୍ ଫୁଡ, ଥଣ୍ଡା ପାନୀୟରୁ ଦୂରେଇ ରହିବାକୁ କୁହାଯିବ, କେଉଁ ପ୍ରକାରର ଖାଦ୍ୟ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟକର ସେନେଇ ସଚେତନ କରାଯିବ। ଏହା ସହିତ ପିଲାଙ୍କୁ ନେଇ କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ ହେବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ। ପିଲାଙ୍କର ଜୀବନ ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ। ଜଙ୍କ ଫୁଡ ବା କୋଲଡ୍ରିଙ୍କ୍ସ ଆଦି ସେବନ କରୁଛନ୍ତି। ଯାହା ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ ଅଟେ। ଟିକେ ସଚେତନତା ହେଲେ ସବୁ କିଛି ସମାଧାନ ହୋଇପାରିବ। ପିଲାଦିନେ ମୋଟାପଣ ବିଭିନ୍ନ ରୋଗର କାରଣ ହୋଇପାରେ। ଏହି କାରଣରୁ କମ୍ ବୟସରେ ବା ଛୋଟ ଛୋଟ ପିଲାଙ୍କୁ ମଧୁମେହ, ହୃଦରୋଗ ଏବଂ ଶ୍ୱାସକ୍ରିୟା ସମସ୍ୟା ଆଦି ଦେଖାଯାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking