ଭୁବନେଶ୍ୱର: ରାଜ୍ୟ ବଜେଟ ଉସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ଭୁବନେଶ୍ୱରରେ ହେବ ଜନଆଶ୍ରୟ ଭବନ । ୨୦୪୭ ସୁଦ୍ଧା ବିଶ୍ୱ ଦକ୍ଷତା କେନ୍ଦ୍ରର ୭ଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ୨୦୩୬ ପୂର୍ବରୁ ୫ଟି କ୍ୟାମ୍ପସ ପ୍ରତିଷ୍ଠା ସରିବ । ସମ୍ବଲପୁର ଓ ବ୍ରହ୍ମପୁରରେ ଦୁଇଟି ନୂତନ କ୍ୟାମ୍ପସ ହେବ । ପାରାଦୀପ ଓ ବଲାଙ୍ଗୀରରେ ହେବ ସରକାରୀ ଇଞ୍ଜିନିୟରିଂ କଲେଜ । ପୁରୀ, ବୁର୍ଲା ସ କୋରାପୁଟ, ବ୍ରହ୍ମପୁର, କ୍ୟାପିଟାଲ ହସ୍ପିଟାଲରେ ହେବ ବର୍ଣ୍ଣ ୟୁନିଟ । ନୂଆ ବିଧାନସଭା, ସଚିବାଳୟ ଭବନରେ ନିର୍ମାଣ ହେବ । ନୂଆ ସଂଗ୍ରହାଳୟ, ଓଡିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ରର ପ୍ରତିଷ୍ଠା କରାଯିବ । ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ୱେଲନେସ ସେଣ୍ଟର । ୨୩ଟି ଜିଲ୍ଲା ମୁଖ୍ୟାଳୟରେ ହେବ ସମନ୍ୱିତ ବାତ୍ସଲ୍ୟ ସଦନ । ଏଥିପାଇଁ ଶିଶୁ ଓ ଗୃହ କଲ୍ୟାଣ କମିଟି ଗଠନ ହେବ । ପୁରୀରେ ପ୍ରତିଷ୍ଟା ହେବ କ୍ରୁଜ ଟର୍ମିନାଲ । ନୟାଗଡରେ ୫ ଶହ ଏକର ଜାଗାରେ ହେବ ଫାର୍ମା ପାର୍କ ।










