ଭୁବନେଶ୍ୱର : ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତ୍ୟକ ଋତୁର ଋତୁକାଳୀନ ଫଳ ରହିଛି । ସବୁଠୁ ବଡ କଥା ଏହା ଯେ ଶୀତଦିନେ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଋତୁକାଳୀନ ଫଳ ଖାଇବା ଉଚିତ । ଶରୀରକୁ ଅନେକ ସମୟରେ ସଂକ୍ରମଣରୁ ରକ୍ଷା କରିବାରେ ଶକ୍ତିଶାଳୀ ପ୍ରତିରକ୍ଷା ସହାୟକ ହୋଇଥାଏ । ତେବେ ଶୀତ ଦିନେ କେଉଁ ଫଳ ଖାଇବା ଉଚିତ ଆସନ୍ତୁ ଜାଣିବା । କମଳା ଏକ ଋତୁକାଳୀନ ଫଳ । ଶୀତଦିନେ କମଳା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମନ ସି କମଳା ରହିିଥାଏ । ଏହାଛଡା ପ୍ଲମ ଏକ ଫଳ ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ଅଟେ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଶରାରରୁ ମଜଭୁତ ରଖେ । ଶାତଦିନେ କଦଳୀ ଖାଇବା ମଧ୍ୟ ଲାଭଦାୟକ ଅଟେ । ପ୍ରତିଦିନ ଗୋଟିଏ କଦଳୀ ଖାଇବା ଆପଣଙ୍କ ଶରୀରକୁତ୍ତତତକ୍ଷଣାତ ଶକ୍ତି ଯୋଗାଇଥାଏ । ଡାଳିମ୍ବ ରକ୍ତ ସମ୍ଭନ୍ଧୀୟ ସମସ୍ୟାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହାଛଡା ଡାଳିମ୍ବ ଚର୍ମର ଉନ୍ନତି ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।