18.1 C
Bhubaneswar
Thursday, February 12, 2026
Homeଓଡିଶାଆସନ୍ତୁ ଜାଣିବା ଅଟା ଫେସ୍ ମାସ୍କ କିପରି ତିଆରି କରିବେ..

ଆସନ୍ତୁ ଜାଣିବା ଅଟା ଫେସ୍ ମାସ୍କ କିପରି ତିଆରି କରିବେ..

ଭୁବନେଶ୍ୱର: ଆପଣ ପ୍ରତି ମାସରେ ବ୍ୟୁଟି ଟ୍ରିଟମେଣ୍ଟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି କି? ଯଦି ହଁ, ତେବେ ବର୍ତ୍ତମାନ ଆପଣଙ୍କର ଖର୍ଚ୍ଚ କମ୍ ହେବାକୁ ଯାଉଛି କାରଣ ଆପଣ ନିଜ ଘରର ରୋଷେଇ ଘରେ ସହଜରେ ଉପଲବ୍ଧ କିଛି ଜିନିଷ ବ୍ୟବହାର କରି ଏକ କେମିକାଲ ଫ୍ରି ଫେସ୍ ମାସ୍କ ତିଆରି କରିପାରିବେ । ଯାହା ଆପଣଙ୍କ ତ୍ୱଚାକୁ ଗ୍ଲୋଇଂ ଏବଂ ସୁନ୍ଦର କରିବ । ଏହି ଫେସ୍ ପ୍ୟାକ୍ କୁ ଆପଣ ସପ୍ତାହରେ ଦୁଇଥର ଲଗାଇ ପାରିବେ ।
ସ୍କିନର ଯେକୌଣସି ରଙ୍ଗ ହେଉ ନା କାହିଁ ସମସ୍ତେ ଚାହାଁନ୍ତି ଗ୍ଲୋଇଂ ଏବଂ ଆଟ୍ରାକ୍ଟିଭ୍ ଫେସ୍ । ଆଉ କିଛି ଲୋକ ଏଥିପାଇଁ ଭିନ୍ନ ଭିନ୍ନ କ୍ରିମ୍ ମଧ୍ୟ ପ୍ରୟୋଗ କରନ୍ତି । କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହି ଜିନିଷଗୁଡ଼ିକର ପ୍ରଭାବ କିଛି ସମୟ ପରେ ଶେଷ ହୁଏ ବୋଲି । ଏପରି ପରିସ୍ଥିତିରେ, ଘରୋଇ ଉପଚାର ଆପଣଙ୍କ ତ୍ୱଚା ପାଇଁ ବେଶ ସହାୟକ ହୋଇପାରେ । ସେଥିପାଇଁ ଆପଣ ଅଟା ବ୍ୟବହାର କରିପାରିବେ । ଅଟାରେ ଯେ ତ୍ୱଚାକୁ ସୁନ୍ଦର ଓ ଦାଗହିନ କରିହେବ ଏହା ବିଷୟରେ ହୁଏତ ଖୁବ କ୍ୱଚିତ ଲୋକ ଜାଣିଥିବେ ।

ଆପଣ ଦାଗହିନ ଓ ଉଜ୍ଜଳ ତ୍ୱଚା ପାଇବା ପାଇଁ ଅଟା ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଅଟା ଫେସ୍ ମାସ୍କ କିପରି ତିଆରି କରିବେ? ଅଟା ଫେସ୍ ମାସ୍କ ତିଆରି କରିବାକୁ ପ୍ରଥମେ ଏକ ପାତ୍ରରେ ୨ ଚାମଚ ଅଟା ଏବଂ ୨ ଚାମଚ ମହୁ ନିଅନ୍ତୁ । ବର୍ତ୍ତମାନ ସେହି ସମାନ ପାତ୍ରରେ ୪ ଚାମଚ ଗୋଲାପ ଜଳ ଏବଂ ୨ ଚାମଚ ଦହି ମିଶାଇ ଦିଅନ୍ତୁ । ଏହା ପରେ, ପାତ୍ରରେ ଗୋଟିଏ ଚାମଚ ଆଲୋ ଭେରା ଜେଲ୍ ମିଶାନ୍ତୁ ଏବଂ ଏହି ସବୁ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ନ୍ୟାଚୁରାଲ ଫେସ୍ ପ୍ୟାକ୍ ପ୍ରସ୍ତୁତ ।

ଯାହାକୁ ବ୍ୟବହାର କରି ଆପଣଙ୍କ ତ୍ୱଚାକୁ କରିପାରିବେ ସୁନ୍ଦର ଓ ଜୀବନ୍ତ । ଏବେ ଏହି ଫେସ୍ ପ୍ୟାକ୍ କୁ ଭଲ ଭାବରେ ମୁହଁରେ ଲଗାନ୍ତୁ । ଉତ୍ତମ ଫଳାଫଳ ପାଇବାକୁ, ଆପଣଙ୍କୁ ଏହି ଫେସ୍ ପ୍ୟାକ୍ ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବାକୁ ହେବ । ଏହା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରା ଏକଦମ ଗୋରା ହୋଇଯିବ । ମୁହଁ ଧୋଇବା ପରେ ମଶ୍ଚରାଇଜର ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ । ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରି ଆପଣଙ୍କ ତ୍ୱଚା ଅନେକ ଲାଭ ପାଇପାରିବ ।

ଏହି ଫେସ୍ ମାସ୍କର ସାହାଯ୍ୟରେ, ଆପଣଙ୍କ ଡେଡ୍ ସ୍କିନ୍ ସେଲ୍ସ ରିମୁଭ ହୋଇଯିବ ଯାହା ଆପଣଙ୍କ ଚେହେରାର ରଙ୍ଗକୁ ଉନ୍ନତ କରିବ । ଦାଗରୁ ମୁକ୍ତି ପାଇବା ପାଇଁ ଏହି ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ନ୍ୟାଚୁରାଲ ଫେସ୍ ପ୍ୟାକ୍ ଆପଣଙ୍କ ତ୍ୱଚାର ସମସ୍ୟାକୁ ଦୂରେଇ ରଖିବା ସହ ଏକ ଚମକଦାର ସ୍କିନ୍ ଦେବ । ଏହା ସ୍କିନର ଟ୍ୟାନିଂକୁ ମଧ୍ୟ ଦୂର କରିଥାଏ । ଏହାକୁ ବ୍ୟବହାର କରିବାର ଅଳ୍ପ ଦିନରେ ହିଁ ଆପଣ ନିଜ ତ୍ୱଚାରେ ତଫାତ ଦେଖିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking