30.1 C
Bhubaneswar
Saturday, October 5, 2024
Homeସ୍ୱାସ୍ଥ୍ୟଆସନ୍ତୁ ଜାଣିବା ବେଲ ଗଛର ଔଷଧିୟ ଗୁଣ ବିଷୟରେ...

ଆସନ୍ତୁ ଜାଣିବା ବେଲ ଗଛର ଔଷଧିୟ ଗୁଣ ବିଷୟରେ…

ଭୁବନେଶ୍ୱର : ବେଲ ଗଛ ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ଏକ ପବିତ୍ର ବୃକ୍ଷ। ଏହାକୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ। ଏହାର ପତ୍ର ଭଗବାନ୍ ଶିବ ଙ୍କର ଅତି ପ୍ରିୟ। ସୂର୍ୟ ଉଦୟ ଓ ସୂର୍ଯ୍ୟାସ୍ତ ପରେ ବେଲ ପତ୍ର ଔଷଧ ପାଇଁ ସଂଗ୍ରହ କରାଯାଇଥାଏ।
ବେଲପତ୍ରର ଔଷଧୀୟ ଗୁଣ –
ପେଟ ମରା- ନିୟମିତ ବେଲକୁ ପୋଡି ଏହାର ଶସକୁ ଗୁଡ଼ ଓ ଗୋଲମରିଚ ଚୂର୍ଣ୍ଣ ମିଶାଇ ସରବତ୍ କରି ସେବନ କଲେ ଉପକାର ମିଳେ।
କୋଷ୍ଠକାଠିନ୍ୟ – କଅଁଳ ବେଲପତ୍ର ସହ ସୈନ୍ଧବଲବଣ ଚୋବାଇ ଖାଇ ଥଣ୍ଡା ପାଣି ପିଇଲେ କୋଷ୍ଠ କାଠିନ୍ୟ ଭଲହୁଏ।
ପେଟଦରଜ- ବେଲପତ୍ର ରସ ସହିତ ୧୦ଟି ଗୋଲମରିଚ ୧୦ ଗ୍ରାମ୍ ମିଶ୍ରି ବାଟି ଦିନକୁ ୨/୩ ଥର ସେବନ କଲେ ପେଟ ଦରଜ ଓ ବ୍ୟଥା ଦୁଇ ଦିନରେ ଭଲହୁଏ।
ଅର୍ଶ ରୋଗ ପାଇଁ – ବେଲ ଶୁଣ୍ଠି ଚୁର୍ଣ୍ଣ ୫ ଗ୍ରାମ ମାତ୍ରାରେ ଘୋଳଦହି ସହିତ ସେବନ କଲେ ସବୁ ପ୍ରକାର ଅର୍ଶ ଭଲ ହୋଇଥାଏ।
ମଧୁମେହ – ବେଲ ପତ୍ରର ତାଜା ରସ ୨୦ ମିଲି ମାତ୍ରାରେ ଦିନକୁ ଦୁଇ ଥର ସେବନ କଲେ ମଧୁମେହ ରୋଗ କମିଯାଏ।
ପ୍ରତିଦିନ ୩ ଚାମଚ ବେଲପତ୍ର ରସ ସହିତ ମହୁ ପ୍ରତିଦିନ ସେବନ କଲେ ଶର୍କରା ଅଂଶ ହ୍ରାସ ପାଏ।
ଉକୁଣି – ବେଲପତ୍ର ରସ ସହ କର୍ପୁର ମିଶାଇ ମୁଣ୍ଡରେ ମାଲିସ୍ କଲେ ଉକୁଣୀ ମରିଯାଆନ୍ତି।
ସର୍ପ ବିଷ – ବେଲ ଚେର ୧୦ ଗ୍ରାମ୍ ସହିତ ୧୦ ଗ୍ରାମ୍ ବେଲ ପତ୍ର ବାଟି ପିଆଇଦେଲେ ସର୍ପ ବିଷ ଦୂର ହୁଏ। କ୍ଷତି ସ୍ଥନରେ ବେଲପତ୍ର ଛେଚି ପଟି ବାନ୍ଧିବ।
ବ୍ରଣ – ବ୍ରଣ ଉଠିବା ଅବସ୍ଥାରେ ଗୋଟିଏ ବେଲପତ୍ରରେ ୩ ଗୋଲମରିଚ ବାଟି ଲେପଦେଲେ ବ୍ରଣ ବସିଯାଏ।
ବିଛା, ବିରୁଡ଼ି ଦଂଶନ କଲେ – ବେଲ ଚେରକୁ ଘୋରି ଦଂଶନ ସ୍ଥାନରେ ଲେପ ଦେଲେ ବିଷ କଟିଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking