32.1 C
Bhubaneswar
Sunday, June 22, 2025
Homeଓଡିଶାଆସନ୍ତୁ ଜାଣିବା କମଳାର ଉପକାରିତା ବିଷୟରେ ..

ଆସନ୍ତୁ ଜାଣିବା କମଳାର ଉପକାରିତା ବିଷୟରେ ..

ଭୁବନେଶ୍ୱର: କମଳା ସାଧାରଣ ଫଳ ନୁହେଁ । ଏହା ଭିତରେ ଭରି ରହିଛି ଅନେକ ପୋଷକ ତତ୍ତ୍ଵ ଯାହା ମଣିଷ ଶରୀର ପାଇଁ ଅନେକ ଉପକାରୀ । କମଳା ବାବଦରେ ଅଧିକ କିଛି ଜାଣିବା ତ କମଳାକୁ ପ୍ରତ୍ୟେକଦିନ ଖାଇବା ପାଇଁ ମନହେବ । ଆସନ୍ତୁ ଜାଣିବା କମଳା ବାବଦରେ ଯାହା   ଖାଇଲେ ମିଳିଥାଏ ଅନେକ ଉପକାର ।କମଳାରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଥାଏ । ସେଥିପାଇଁ ଏହା କଲୋନ କ୍ୟାନସରରୁ ରକ୍ଷା କରିବା ସହ ଅତି ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ନଷ୍ଟ ହୋଇଯାଉଥିବା କୋଷକୁ ନଷ୍ଟ ହେବାକୁ ଦିଏନାହିଁ ।ଏହିଫଳ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାରୁ ରକ୍ଷା କରିଥାଏ । ଏହା କାନ ସଂକ୍ରମଣରୁ ମଧ୍ୟ ରକ୍ଷାକରିଥାଏ ।କମଳା ଖାଇବା ଦ୍ଵାରା ୫୦ ବର୍ଷ ଯାଏଁ  ବି ଯୁବକ ଦେଖାଯିବେ ।

କମଳାରେ ଥିବା  ଆଣ୍ଟି ଅକ୍ସିଡ଼ାଣ୍ଟ ତ୍ଵଚାକୁ କୋଷ ନଷ୍ଟ ହେବାରୁ ସାହାର୍ଯ୍ୟ କରିଥାଏ । ଫଳରେ ସବୁଦିନ ପାଇଁ ଯୁବ ସୁଲଭତା ଦେଖାଦେଇଥାଏ ।କମଳାରେ ବି୬ ଭିଟାମିନ ଥବା କାରଣରୁ  ରକ୍ତରେ ହିମୋଗ୍ଲୋବିନ ବଢ଼ାଇଥାଏ  । କମଳା ଖାଇବା ଦ୍ଵାରା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।କୋଲେଷ୍ଟୋରେଲ ପରିମାଣ କମ୍ ଥିବା କାରଣରୁ ଏହା ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ । ଏହାକୁ ମଧୁମେୟ ରୋଗୀ ବିନା ଦ୍ଵିଧାରେ ବ୍ୟବହାର କରିପାରିବେ ।କମଳା ଖାଇବାଦ୍ଵାରା କ୍ୟାନସରରୁ ମୁକ୍ତି ଦେଇଥାଏ  । ଏହାଭିତରେ ଆଣ୍ଟିଅକ୍ସିଡ଼ାଣ୍ଟ  ଓ ବିଟାମିନ ସି ଥିବା କାରଣରୁ କ୍ୟାନସରର ପ୍ରତିରୋଧ କରିଥାଏ ।କମଳା ପାଚନ ଶକ୍ତି ବଢ଼ାଇଥାଏ । ଏହାକୁ ଖାଇବା ଦ୍ଵାରା ମଧ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।ଆଖିରୋଗ ଥିବା ବ୍ୟକ୍ତି କମଳା ଖାଇବା ଦ୍ଵାରା ଅନେକ ଉପକାର ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking