ଭୁୁବନେଶ୍ୱର : ଏକମାସ ପାଇଁ କ୍ରମାଗତ ଭାବେ ଜିରାପାଣି ପିଇବା ଦ୍ୱାରା କଣ ହେବ ଆସନ୍ତୁ ଜାଣିବା । ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ଭାରତୀୟମାନେ ଏହି ମସଲା ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇବାରେ ସାହାଯ୍ୟ କରେ ନାହିଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖେ । ଖାଲି ସମୟରେ ଜିରାପାଣି ପିଇବା ଦେହ ପାଇଁ ଭଲ ହୋଇଥାଏ । ଜିରାରେ ଭିଟାମିନ ଇ ,ସି, . କେ ଭରପୁର ମାତ୍ରାରେ ଥାଏ । ଏହା ବ୍ୟତୀତ କ୍ୟାଲସିୟମ , ମାଙ୍ଗାନିଜ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ପରି ଖଣିଜ ପଦାର୍ଥ ମଧ୍ୟ ଏଥିରେ ମିଳିଥାଏ । ଜିରାପାଣି ଆପଣଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସୁସ୍ଥ ରଖିଥାଏ । ସକାଳେ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଖାଇବା ଭଲ ହଜମ ହେବାରେ ସାହାଯ୍ୟ କରେ । ଏଥିରେ ଯେ କୌଣସି ଯୌଗିକ ରହିଥାଏ ଯାହା ହଜମକାରୀ ଏନଜାଇମର ଉତ୍ପାଦନକୁ ତ୍ୱରାନ୍ୱିତ କରିପାରେ । ଯଦି ଆପଣଙ୍କ ଅଣ୍ଟା ପତଳା କରିବାକୁ ଚାହାଁନ୍ତି ତେବେ ଏହାକୁ ଖାଇବା ଭଲ ହୋଇଥାଏ । ଓଜନ ହ୍ରାସ ପାଇଁ ଜିରା ପାଣି ସହିତ ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ । ଜିରାରେ ଯେଉଁ ଯୌଗିକ ରହିଥାଏ , ଯାହା ଶରୀରର ମେଟାବୋଲିକର ହାରକୁ ବଢାଇଥାଏ । ଯଦ୍ୱାରା ଆପଣଙ୍କ ଓଜନ କମିଯାଏ । ଜିରାରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଧାରଣ କରିଥାଏ । ଏପରି ପରିସ୍ଥିତିରେ ଏହା ଆପଣଙ୍କ ଚର୍ମକୁ ଦୀର୍ଘ ସମୟ ପଯ୍ୟନ୍ତ ରଖିବାରେ ସାହାଯ୍ୟ କରେ । ଜିରାରେ ମିଳୁଥିବା ଆଣ୍ଟି ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଯଦ୍ୱାରା ଶରୀରକୁ ଅନେକ ପ୍ରକାର ସଂକ୍ରମଣ ଏବଂ ରୋଗରୁ ରକ୍ଷା କରାଯାଇଥାଏ । ଶରୀରକୁ ପୁଷ୍ଟିକର ଏବଂ ଶକ୍ତି ଯୋଗାଇଥାଏ । ଏହାକୁ ପିଇବା ପାଇଁ ସଠିକ ସମୟ ହେଉଛି ସକାଳେ । ଆପଣ ଖାଲି ପେଟରେ ଜିରା ପାଣି ରେ ଲେମ୍ବୁ ରସ ଏବଂ କଳା ଲୁଣ ମଧ୍ୟ ମିଶାଇ ପିଇପାରିବେ ।