ଭୁବନେଶ୍ୱର: ବାଲେଶ୍ୱର ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ । ବିଚାରବିଭାଗୀୟ କିମ୍ବା ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କଲେ ଶ୍ରୀକାନ୍ତ ଜେନା । କହିଛନ୍ତି, ଛାତ୍ରୀ ଜଣଙ୍କ ଜିଲ୍ଲାପାଳ , ଏସପି, ବିଧାୟକ, ସାଂସଦ , ମନ୍ତ୍ରୀଙ୍କୁ ଜଣାଇଥିଲେ । ସେମାନେ କିଛି କରିନଥିଲେ, ତେଣୁ ଏମାନେ କେଉଁଠି ନା କେଉଁଠି ଦାୟୀ । ନିରପେକ୍ଷ ତଦନ୍ତ ପାଇଁ ଆଜି ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିବୁ । ଯଦି ସମୟ ନଦେଲେ ଆମେ ତାଙ୍କ ପାଖକୁ ଦାବିପତ୍ର ପଠାଇବୁ ।










