ଭୁବନେଶ୍ୱର : ସମସ୍ତଙ୍କ ପିତାମାତା ଚାହାଁନ୍ତି ସେମାନଙ୍କ ପିଲା ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇ ବୁଦ୍ଧିମାନ ହୁଅନ୍ତୁ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଛୁଆମାନଙ୍କ ବୁଦ୍ଧିକୁ ଦ୍ୱିଗୁଣିତ କରିବା ପାଇଁ ତେବେ ଏହି ଖାଦ୍ୟ ଖାଇବାକୁ ଦିଅନ୍ତୁ । ପ୍ରତ୍ୟେକ ଦିନ ୨ରୁ ୩ଟି ବାଦାମ ଖାଇବା ଦ୍ୱାରା ପିଲାମାନଙ୍କର ଏକାଗ୍ରତା ଏବଂ ବୁଦ୍ଧି ତେଜ ହୋଇଥାଏ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ପିଲାମାନଙ୍କୁ ଅଣ୍ଡା ଖାଇବାକୁ ଦିଅନ୍ତୁ ଯେଉଁଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ ଭିଟାମିନ ବି ୬ ଏବଂ ବି ୧୨ । ଯାହା ମସ୍ତିସ୍କ ପାଇଁ ଲାଭଦାୟକ ଅଟେ । ଜଳଖିଆ ଖାଇଲେ ସେଥିରେ ଅଣ୍ଡାକୁ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଷ୍ଟ୍ରବେରୀ ଏବଂ ରସଗୋଲା ପରି ଫଳଗୁଡିକରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଯାହାକି ମସ୍ତିଷ୍କ କୋଷଗୁଡିକୁ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ । ସେହିପରି ସବୁଜ ପନିପରିବାରେ ଆଇରନ ଏବଂ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଯାହା ଏହା ଖାଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁ ମଜଭୁତ ରହିଥାଏ । ଅନ୍ୟଟି ହେଉଛି । ଦହି । ଦହିରେ ପ୍ରୋଟିନ ଏବଂ ପ୍ରୋବାୟୋଟିକ ରହିଥାଏ । ଯାହା ଉଭୟେ ପେଟ ଏବଂ ମସ୍ତିଷ୍କ ପାଇଁ ଲାଭ ଦାୟକ ।