18.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଦେଢ ବର୍ଷର ଶିଶୁପୁତ୍ରକୁ ଝାମ୍ପିନେଲା ଚିତାବାଘ

ଦେଢ ବର୍ଷର ଶିଶୁପୁତ୍ରକୁ ଝାମ୍ପିନେଲା ଚିତାବାଘ

ନୂଆଦିଲ୍ଲୀ : ୟୁପିର ବଳରାମପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଏକ କୋମଳମତି ଶିଶୁକୁ ଚିତାବାଘ କରିଛି ଆକ୍ରମଣ। ଏହି ବନ୍ୟ ଜନ୍ତୁଟି ମାଆ କୋଳରୁ ହିଁ ନିରୀହ ଶିଶୁଟିକୁ ଛଡ଼େଇ ନେଇଥିଲା। କୁହାଯାଉଛି ଯେ, ଗତ ରାତିରେ ସୋହେଲ୍ୱା ବନ୍ୟ ପ୍ରାଣୀ ବିଭାଗର ବଙ୍କଟ୍ୱା ରେଞ୍ଜ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ନେୱଲଗଞ୍ଜର ରେହରପୁରୱା ଝୋହନା ଗାଁରେ , ଏକ ଚିତାବାଘ ତା ମାଆ କୋଳରୁ ଝାମ୍ପି ନେଇ ମାରି ଦେଇଥିଲା। ସୂଚନା ଆଧାରରେ, ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି।

ଉକ୍ତ ଘଟଣା ବିଷୟରେ ସୂଚନା ଦେଇ ହରୈୟା ଥାନା ଅଞ୍ଚଳର ଗ୍ରାମ ପଞ୍ଚାୟତ ବରହୱାର ମଜରେ ଗୁରଦାସ ପୁରବା ନିବାସୀ, ଚଣାବତୀ କହିଥିଲେ ଯେ, ସେ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଆସିଲେ। ଶନିବାର ରାତି ସମୟ ପାଖାପାଖି ୨ଟା ବେଳେ ସେ ତାଙ୍କ ଦେଢ ବର୍ଷିୟ ଶିଶୁ ପୁତ୍ର ରୋହିତ ସହ ଘରେ ଶୋଇଥିଲେ। ହଠାତ୍ ଚିତାବାଘଟିଏ ଘର ଭିତରକୁ ପଶି ଆସିଲା। କୋଳରେ ଶୋଇଥିବା ନିରୀହ ରୋହିତଙ୍କୁ ଧରି ପକାଇ ଥିଲା। ତାଙ୍କ ଆଖି ଖୋଲିବା ବେଳକୁ ଚିତାବାଘକୁ ଦେଖି ଚିତ୍କାର କରିଥିଲେ। ପରିବାର ଲୋକେ ଆସିବା ପୂର୍ବରୁ ଚିତାବାଘ ପିଲାଟିକୁ ଟାଣି ନେଇ ଫେରାର ହୋଇ ଯାଇଥିଲା।

ଗ୍ରାମବାସୀ ମାନେ ୧୧୨କୁ ଡାଏଲ କରି ଘଟଣା ବିଷୟରେ ଜଣାଇ ଥିଲେ। ସୂଚନା ପାଇବା କ୍ଷଣି ଘଟଣା ସ୍ଥଳରେ ପୁଲିସ ଟିମ୍ ସହ ବନ ବିଭାଗର ଟିମ୍ ପହଞ୍ଚି ଥିଲା। ବନ ବିଭାଗର ଟିମ୍ ଓ ଗ୍ରାମବାସୀମାନେ ପୁଲିସ ସାହାଯ୍ୟରେ ଖୁବ୍ ଖୋଜାଖୋଜି କରି ଥିଲେ । ଏହି ସମୟରେ ଗାଁର ପଶ୍ଚିମରେ ପାଖାପାଖି ଦେଢ ଶହ ମିଟର ଦୂରରେ ସେହି ନୀରିହ ଶିଶୁର ମୃତଦେହ ପଡ଼ିଥିଲା। ତାର ମୃତଦେହକୁ ଦେଖି ଘରେ କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇ ଥିଲା। ଏହି ବିଷୟରେ ରେଞ୍ଜର ସତ୍ରୋହନ ଲାଲ କହିଥିଲେ ଯେ, ଶିଶଟିକୁ ବନ୍ୟ ଜନ୍ତୁଟି ହିଁ ମାରି ଦେଇଛି। ମାମଲାର ଯାଞ୍ଚ କରାଯାଉଛି। ବନ ବିଭାଗ ଜନ୍ତୁଟିକୁ ଖୋଜିବାରେ ଲାଗି ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking