22.1 C
Bhubaneswar
Friday, December 5, 2025
Homeଓଡିଶାଗୋଟିଏ ଲେମ୍ବୁ କମାଇପାରେ ମୋଟାପଣ; ଜାଣନ୍ତୁ କେମିତି କରିବେ ସେବନ..

ଗୋଟିଏ ଲେମ୍ବୁ କମାଇପାରେ ମୋଟାପଣ; ଜାଣନ୍ତୁ କେମିତି କରିବେ ସେବନ..

ଭୁବନେଶ୍ୱର : ଆଧୁନିକ ଜୀବନଶୈଳୀ ଯୋଗୁଁ ଓଜନ ବଢିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏଥିପାଇଁ ଆପଣ ସଠିକ ଜୀବନଚର୍ଯ୍ୟା ଆପଣାଇବା ଆବଶ୍ୟକ । ଓଜମ କମ୍ କରିବା ପାଇଁ ଏପରି କିଛି ଫଳ ପନିପରିବା ରହିଛି, ଯାହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିଲେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେହି ଏକ ଫଳ ହେଉଛି ଲେମ୍ବୁ । ଏହା ଆପଣଙ୍କୁ ଓଜନ ନିୟନ୍ତ୍ରଣ ତଥା କମ୍ କରିବାରେ ସାହାଯ୍ୟ କରିଥାଏ । ବିଶେଷଜ୍ଞମାନେ ଲେମ୍ବୁର ଗୁଣବତ୍ତା ବିଷୟରେ ଅନେକ ଚର୍ଚ୍ଚା କରିଛନ୍ତି । ଲେମ୍ବୁ ଥିବା ତତ୍ତ୍ବ ଓଜନ ବୃଦ୍ଧି କରୁଥିବାର ତତ୍ତ୍ବକୁ ହ୍ରାସ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ନିଜର ଦୈନନ୍ଦିନ ଖାଦ୍ୟରେ ଲେମ୍ବୁକୁ ସାମିଲ କରିବା ଦ୍ବାରା ମେଦ କମ୍ ହୋଇଥାଏ । ଏହା ଓଜନ ହ୍ରାସ କରିବା ପାଇଁ ଏକ ପ୍ରାକୃତିକ ଉପାୟ ଅଟେ । ସଠିକ ମାତ୍ରାରେ ପାଣି ପିଇଲେ ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।

ବିଶେଷଜ୍ଞମାନେ କହିଛନ୍ତି ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରର ମେଦ କମ୍ ହେବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ । ଏହି ପାଣି ପିଇଲେ ଶରୀରରେ ଜଳୀୟଅଂଶ ମଧ୍ୟ ସଠିକ ରହିଥାଏ । ଶରୀରର ପାଚନ ପ୍ରକ୍ରିୟା ମଧ୍ୟ ସଠିକ ହୋଇଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହାନ୍ତି, ତେବେ ଚା’ କଫି ପରିବର୍ତ୍ତେ ଲେମ୍ବୁ ପାଣି ପିଇ ଦିନ ଆରମ୍ଭ କରନ୍ତୁ ବୋଲି ବିଶେଷଜ୍ଞ କୁହନ୍ତି । ସାଧାରଣତଃ ଅନେକ ଲୋକ ଦିନରେ ବହୁ ମାତ୍ରାରେ ଚା’ କଫି ପିଇଥାନ୍ତି । ଏହା ପରିବର୍ତ୍ତେ ଦିନରେ ଥରେ ଲେମ୍ବୁ ପାଣି ପିଇବା ଅଭ୍ୟାସ କରାଯାଏ, ତେବେ ସହଜରେ ଓଜନ ହ୍ରାସ କରାଯାଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ପିଇବା ଦ୍ବାରା 100-200 କ୍ୟାଲୋରୀ କମ୍ ହୋଇଥାଏ । ତେବେ ଆପଣ ଜାଣିପାରୁଥିବେ ଗୋଟିଏ ଲେମ୍ବୁ କିପରି ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡ଼ିସିନ ଅନୁଯାୟୀ ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ C ମିଳିଥାଏ । ଏହା ସଠିକ ଭାବରେ ହଜମ କରିବା ପାଇଁ ପାଚନରସ କ୍ଷରଣ କରିବାରେ ସାହାଯ୍ୟ କରେ । ଯାହା ଫଳରେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking