29.1 C
Bhubaneswar
Monday, March 30, 2026
Homeଓଡିଶାଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା ଦୈଉରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ଅଧ୍ୟକ୍ଷତାରେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଅତଲାପୁର ଗ୍ରାମର ଶ୍ରୀ ଗୋପୀନାଥ ଜିଉ ଉଚ୍ଚ ବିଦ୍ୟାଳୟ ବାଲିପାଟଣା ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ବିଶ୍ଵ ମହିଳା ଦିବସ ର ମହତ୍ତ୍ଵ , ମହିଳା ଙ୍କ ମହନୀୟତା ପରିବାର ଓ ରାଷ୍ଟ୍ର ଗଠନରେ ସେମାନଙ୍କ ସହଭାଗୀତା ସହ ସେମାନେ ଅଧିକ ଦକ୍ଷ ସଶକ୍ତ ହେଲେ ରାଷ୍ଟ୍ର ର ସର୍ଵଵିଧ ମଙ୍ଗଳ କିପରି ହୋଇପାରିଵ। ସେ ବିଷୟ ରେ ଅତିଥି ଆଲୋଚକ ଭାବେ ରସୁଲପୁର ଵ୍ଲକ୍ ବିଡିଓ ସତ୍ୟାନନ୍ଦ ଦାସ,ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି,ଉପାଧ୍ୟକ୍ଷା ଜୟନ୍ତୀ ଦାଶ,ସରୋଜିନୀ ମହାନ୍ତି ପିଏଚ୍ଇଓ ମଧୁବନ,ବନ୍ଦିତା କର ଡଵ୍ଲୟୁ ଇ ଓ,ରସୁଲପୁର କ୍ରିଷ୍ଣା କାଜଲ ଜେନା ସିଏଚ୍ଓ ସାମନ୍ତରାପୁର ପ୍ରମୁଖ ବିସ୍ତୃତ ଆଲୋଚନା କରିବା ସହ ମହିଳା ଙ୍କ ସହ ସଂପୃକ୍ତ କେତେଗୋଟି ଆଇନ ର ସଦୁପୋଯୋଗ ସମ୍ବନ୍ଧ ରେ ଚର୍ଚ୍ଚା କରାଯାଇଥିଲା ।ପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ବନାଥ ସାହୁ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଶେଷରେ ସ୍ଥାନୀୟ ସରପଞ୍ଚ ଅନେଶା କସର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷାକର୍ମୀ ଓ ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking