28.1 C
Bhubaneswar
Sunday, March 22, 2026
Homeଓଡିଶାନ୍ୟାସ୍‌ନାଲ ଟେକ୍ନୋଲଜି ଡେ-୨୦୨୫ ଉପଲକ୍ଷେ ଭୁବନେଶ୍ୱରରେ ମେ ୧୭ ରୁ ବକ୍ତୃତାମାଳା

ନ୍ୟାସ୍‌ନାଲ ଟେକ୍ନୋଲଜି ଡେ-୨୦୨୫ ଉପଲକ୍ଷେ ଭୁବନେଶ୍ୱରରେ ମେ ୧୭ ରୁ ବକ୍ତୃତାମାଳା

ଭୁବନେଶ୍ୱର: ପ୍ରତିବର୍ଷ ମେ ୧୧ ତାରିଖ ଦିନ ୧୯୯୮ ମସିହାରେ ଭାରତ ଦ୍ୱାରା ସଫଳତାର ସହ କରାଯାଇଥିବା ପରମାଣୁ ବିସ୍ଫୋରଣକୁ ସ୍ମରଣ କରି ଦେଶରେ ନ୍ୟାସନାଲ ଟେକ୍ନୋଲୋଜି ଡେ ପାଳନ କରାଯାଏ। ଏହି ଦିନଟିକୁ ଭାରତର ବୈଜ୍ଞାନିକ, ଗବେଷକ ଓ ଇଞ୍ଜିନିୟର ମାନଙ୍କର ସଫଳତାକୁ ମନେ ପକାଇ ଏକ ଉତ୍ସବ ଭାବେ ପାଳନ କରାଯାଇଥାଏ। ଏହି ଉପଲକ୍ଷେ ଇଣ୍ଡିଆ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରଂ (ଆଇଏନଏଇ) ଭୁବନେଶ୍ୱର ଶାଖା ପକ୍ଷରୁ ମେ ୧୭ ରୁ ୨୩, ୨୦୨୫ ମଧ୍ୟରେ ଭୁବନେଶ୍ୱର ଠାରେ ଏକ ବିଶେଷ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ଦେଶର ବିଶିଷ୍ଟ ତଥା ପ୍ରତିଷ୍ଠିତ ବୈଜ୍ଞାନିକ / ଟେକ୍ନୋଲୋଜିଷ୍ଟମାନେ ଯୋଗ ଦେଇ ବକ୍ତବ୍ୟ ରଖିବେ।

ଏହି ବିଷୟରେ ସୂଚନା ଦେଇ ଆଇଏନ୍‌ଏଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ମଙ୍ଗଳବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର ଚାରି ଜଣ ବିଖ୍ୟାତ ଓ ପ୍ରତିଷ୍ଠିତ ବୈଜ୍ଞାନିକ ଏହି ବକ୍ତୃତାମାଳାରେ ଭାଗ ନେବେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ନାଇଜର ଭୁବନେଶ୍ୱର ଓ ଆଇଆଇଏମ୍‌ଟି, ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ମେ ୧୭, ୨୦୨୫ ତାରିଖରେ ସୋଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ହୋମି ଭାବା ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ, ମୁମ୍ବାଇର ଡିନ୍ ତଥା ବରିଷ୍ଠ ପ୍ରଫେସର ଡ.ଏ.କେ. ତ୍ୟାଗୀ ବକ୍ତୃତା ଦେବେ। ମେ ୧୯, ୨୦୨୫ ରେ ଆଇଏମଏମଟି, ଭୁବନେଶ୍ୱର ଠାରେ ଆଇଆଇଟି (ବିଏଚୟୁ)ର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ଡ. କୋଟା ହରିନାରାୟଣ ବକ୍ତୃତା ଦେବେ। ଡ. ହରିନାରାୟଣ ଭାରତର ନିଜସ୍ୱ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲ୍‌ସିଏ)ର ପୂର୍ବତନ ପ୍ରୋଜେକ୍ଟ ଡାଇରେକ୍ଟର ତଥା ମୁଖ୍ୟ ଡିଜାଇନର ଅଟନ୍ତି।

ସେହିପରି ମେ ୨୧, ୨୦୨୫ରେ ଭୁବନେଶ୍ୱର ନାଇଜର ଠାରେ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ଅଧ୍ୟକ୍ଷ ଡ. ଭି. ନାରାୟଣନ ତାଙ୍କର ବକ୍ତବ୍ୟ ରଖିବେ। ମେ ୨୩, ୨୦୨୫ରେ ଭୁବନେଶ୍ୱର ଆଇଆଇଟି ଠାରେ ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ସିଷ୍ଟମ୍‌ର ଡାଇରେକ୍ଟର ଜେନେରାଲ ଡ. ବିନୟ କୁମାର ଦାସ ଏହି ବକ୍ତୃତାମାଳାର ଶେଷ ବକ୍ତୃତା ପ୍ରଦାନ କରିବେ। ସବୁ ବକ୍ତୃତା ଅପରାହ୍ଣ ୩. ୩୦ ସମୟରେ ଆରମ୍ଭ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଏନଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ, ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ତଥା ଆଇଇଇଇର ଭୁବନେଶ୍ୱର ସେକସନ୍ ଚେୟାର ପ୍ରଫେସର ଶୁଭ୍ରାଂଶୁ ଶେଖର ସାମନ୍ତରାୟ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking