19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଲେବାନନ-  ଇସ୍ରାଏଲର ଆକ୍ରମଣରେ ୧୧ ମୃତ

ଲେବାନନ-  ଇସ୍ରାଏଲର ଆକ୍ରମଣରେ ୧୧ ମୃତ

ବ୍ୟୁରୋ : ଲେବାନନ ଉପରେ ଜୋରଦାର ଆକ୍ରମଣ କରୁଛି ଇସ୍ରାଏଲ । ଇସ୍ରାଏଲ ଲେବାନନ ଉପରେ ରକେଟ ମାଡ କରୁଛି ।  ଏଥିରେ ୧୧ ଜଣଙ୍କ ମୃତ୍ୟ ହୋଇଛି। ସେହିପରି ୪୮ ଜଣ ଆହତ ହୋଇଛନ୍ତି। ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଏହାପୂର୍ବରୁ ମଧ୍ୟ ଇସ୍ରାଏଲ୍ କ୍ରମାଗତ ଭାବରେ ଲେବାନନ ଏବଂ ଗାଜା ଅଞ୍ଚଳରେ ଆକ୍ରମଣ କରିଛି। ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ ଆଫିଫଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବରରେ ଇସ୍ରାଏଲର ସାମରିକ କାର‌୍ୟ୍ୟାନୁଷ୍ଠାନ ବୃଦ୍ଧି ଏବଂ ଟପ୍ ହେଜବୁଲ୍ଲା ନେତା ହାସନ ନସ୍ରଲ୍ଲାଙ୍କ ହତ୍ୟା ପରେ ଆଫିଫ ଗଣମାଧ୍ୟମରେ ନିଜ ସଂଗଠନର ପକ୍ଷ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ଇସ୍ରାଏଲ ସୈନ୍ୟମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି। ସେପଟେ ସ୍ଥାନୀୟ ଲୋକ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣ ଯୋଗୁ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ଯୁଦ୍ଧ ଅଞ୍ଚଳରୁ ସାଧାରଣ ନାଗରିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଇସ୍ରାଏଲ ସେନା ନିଜ ବୟାନରେ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking