30.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶସବୁ ସେନାଧିକାରୀଙ୍କ ଛୁଟି ବାତିଲ

ସବୁ ସେନାଧିକାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଆସିଲା ବଡ ନିର୍ଦ୍ଦେଶନାମା । ସବୁ ସେନାଧିକାରୀଙ୍କ ଛୁଟି ବାତିଲ । ଯେକୌଣସି କାରଣରୁ ଛୁଟିରେ ଥିଲେ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଲେ ସରକାର । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଏହାସହ ସେନାମୁଖ୍ୟଙ୍କୁ ମିଳିଲା ପୂର୍ଣ୍ଣ କ୍ଷମତା । ସେନାରେ ପାକିସ୍ତାନ କରିଚାଲିଛି ଲଗାତାର ଗୁଳିମାଡ । ଏହାର ପାଲଟା ଜବାବ ଭାରତ ଦେଉଥିଲେ ବି ସୁଧୁରିନି ପାକିସ୍ତାନ । ଫଳରେ ସୀମାକୁ ଅଧିକ କମ୍ପାନି ସୈନ୍ୟ ପଠାଇଛି ଭାରତୀୟ ସେନା । ଏହାସହ ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମ ଫୋର୍ସକୁ ବି ନିର୍ଦ୍ଦେଶ ଦିଆଯାଇଛି ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ଉପରେ କରିଥିଲା ଏୟାରଷ୍ଟ୍ରାଇକ। ଏହା ପରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ଭାରତ। ଭାରତର ୨ ଦିନ ଡ୍ରୋନ ଆଟାର୍କରେ ପାକିସ୍ତାନରେ ହୋଇଛି ବହୁତ କ୍ଷତି। କିପରି ବଞ୍ଚିବ ଏଥିପାଇଁ ଡାକିଲାଣି ତ୍ରାହି ତ୍ରାହି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking