ଭୁବନେଶ୍ୱର: ସମସ୍ତେ ଏକ ଭଲ ଫିଗର ରଖିବାକୁ ଚାହାନ୍ତି । ଯେତେବେଳେ ଏହି ଟ୍ରିକ ଅନୁସରଣ କରିବେ ଆପଣ ୧୦ ଦିନରେ ସହଜରେ ଓଜନ ହ୍ରାସ କରିପାରିବେ । ସକାଳୁ ଉଠିବା ପରେ ତୁରନ୍ତ ଗୋଟିଏ ଉଷୁମ ଗ୍ଲାସ ପାଣି ପିଅନ୍ତୁ । ଏହା ଆପଣଙ୍କ ଶରୀରରୁ ଭିତରୁ ସଫା କରେ ଏବଂ ପାଚନ ପ୍ରକ୍ରିୟାକୁ ସକ୍ରିୟ କରେ । ସକାଳ ଜଳଖିଆରେ କେବଳ ଫଳ ଖାିବେ । ଏହି ଫଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇଥାଏ । ମଧ୍ୟାହ୍ନ ଭୋଜନରେ ହାଲୁକା ଖାଦ୍ୟ ଖାଆନ୍ତୁ । ଗୋଟିଏ କିମ୍ବା ଦୁଇଟି ରୁଟି , କମ ତେଲରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ । ସନ୍ଧ୍ୟା ୫ଟାପରେ ରାତ୍ରୀ ଭୋଜନ କରିବା ବନ୍ଦ କରିଦିଅନ୍ତୁ । ଏହା ପରେ ପରଦିନ ସକାଳ ୧୦ଟା ପଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । କେବଳ ପାଣି ପିଅନ୍ତୁ । କ୍ଷୀର ଉତ୍ପାଦନ କିଛି ଖାଇବା ଉଚିତ ନୁହେଁ । ଏଥିରେ ଅଧିକ କ୍ୟାଲୋରୀ ଥାଏ, ଯାହା ଓଜନ ହ୍ରାସ କରିବା ପରିବର୍ତ୍ତେ ବୃଦ୍ଧି କରିବାରେ ସାହାଯ୍ୟ କରେ ।