27.1 C
Bhubaneswar
Friday, June 6, 2025
Homeଓଡିଶାଗରମରେ ଆଖିର ଯତ୍ନ କିଭଳି ନେବେ ଜାଣନ୍ତୁ..

ଗରମରେ ଆଖିର ଯତ୍ନ କିଭଳି ନେବେ ଜାଣନ୍ତୁ..

ଭୁବନେଶ୍ୱର: ଗରମ ଯୋଗୁଁ ହେଉଥିବା  ଆଖିକୁ ଭଲ କରିବା ପାଇଁ  ପ୍ରଭାବସାଳୀ ଘରୋଇ ଉପଚାର ଜାଣନ୍ତୁ । ଗ୍ରୀଷ୍ମ ଋତୁରେ ପୋଷାକ ପିନ୍ଧିବାର ସମୟ ହୋଇଥିଲେ ମଧ୍ୟ ପ୍ରବଳ  ସୂଯ୍ୟକିରଣ , ଗରମ ପବନ, ଝାଳ ଶରୀର ସ୍ୱାସ୍ଥ୍ୟ ସହିତ ଆଖି ଉପରେ  ଖରାପ  ପ୍ରଭାବ ପକାଇଥାଏ । ସୂଯ୍ୟର ଅଲଟ୍ରାଭାଓଲେଟ କିରଣ ଆଖିର ପୃଷ୍ଠକୁ କ୍ଷତି ପହଞ୍ଚାଇପାରେ ।  ଯାହା ଫଳରେ ଆଖିରେ ଜ୍ୱଳନ ଏବଂ ଲାଲ ପଡିଯାଇଥାଏ । ଗ୍ରୀଷ୍ମ ଋତୁରେ ବାୟୁରେ ଥିବା ଧୂଳି ଏବଂ  ଧୂଆଁ  ଆଖିରେ ଆଲର୍ଜି  ସୃଷ୍ଟି କରିପାରେ  ଯାହା ଦ୍ୱାରା  ଆଖିରେ ଜଳାପୋଡା  ଏବଂ କୁଣ୍ଡେଇ ହୋଇଥାଏ ।  ମୋବାଇଲ, ଲାପଟପ କିମ୍ବା  ଟିଭିରେ ଘଣ୍ଟା ଘଣ୍ଟା  ସମୟ  ବିତାଇବା  ଦ୍ୱାରା ଆଖି କ୍ଲାନ୍ତ ହୋଇଯାଏ । ତାପରେ ଆଖିରେ ଶୁଷ୍କତା ଏବଂ ଜ୍ୱଳନ ସୃଷ୍ଟି  ହୋଇଥାଏ । ଯଦି ଆପଣ ଲେନ୍ସକୁ ନ ବାହାର କରି ଦର୍ଘ ସମୟ ଯାଏଁ  ଲଗାଇ ରଖନ୍ତି  ତେବେ ଆଖି ସଂକ୍ରମଣର କାରଣ  ହୋଇପାରେ । ଦିନକୁ ୨ରୁ ୩ ଥର ଥଣ୍ଡା ପାଣିରେ ଆଖି  ଧୋଇବା ଦ୍ୱାରା ଜ୍ୱଳନ ହ୍ରାସ ପାଇଥାଏ ।  ଏବଂ ସତେଜତା ମିଳିଥାଏ । ଆଖି ଉପରେ କାକୁଡି ଖଣ୍ଡ ରଖିବା ଦ୍ୱାରା ମଧ୍ୟ ପ୍ରଭାବ ମିଳିଥାଏ ।  ଆଖିରେ ୨ରୁ ୩ ବୁନ୍ଦା ଗୋଲାପ ଜଳ ପକାଇଲେ ଆଖି ଜ୍ୱଳନ  ଏବଂ ଫୁଲାରୁ  ମୁକ୍ତି ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking