19.1 C
Bhubaneswar
Friday, February 13, 2026
Homeଓଡିଶାକହୁଣୀର କଳା ଦାଗ କିପରି ଦୂର କରିବେ ଜାଣନ୍ତୁ ..

କହୁଣୀର କଳା ଦାଗ କିପରି ଦୂର କରିବେ ଜାଣନ୍ତୁ ..

ଭୁବନେଶ୍ୱର: ବହୁ ଜଣଙ୍କ କହୁଣୀ କଳା ପଡିଯାଇଥାଏ । ଏହି ସମସ୍ୟା ଯୋଗୁଁ ହ୍ୟାଣ୍ଡ କଟ ପୋଷାକ ପିନ୍ଧିବାକୁ  ଭଲ ପାଆନ୍ତି ନାହିଁ । ପରିଷ୍କାର, ପରିଚ୍ଛନତା ଅଭାବରୁ କହୁଣୀ ପାଖରେ ମୃତ କୋଷଗୁଡିକ ଜମା ହୋଇଯାଏ । ଯାହାଫଳରେ ସେତିକି ଅଂଶ କଳା ଦେଖାଯାଇଥାଏ । ତେବେ ଏହାକୁ ହଟାଇବା ପାଇଁ ଆସନ୍ତୁ ଜାଣିବା ଘରୋଇ ଉପଚାର ।

ଆଳୁ ରସ- ଆଳୁ ରସ କହୁଣୀର କଳାପଣକୁ ଦୂର କରେ । ଆଳୁରେ ଭିଟାମିନ ସି ଥାଏ ଯାହା  ଡେଡ ସୋଲ ଗୁଡିକୁ ଦୂର କରିବାରେ ସାହାଯ୍ୟ କରେ ।  କହୁଣୀରେ ଆଳୁ ରସ ଲଗାଇ ୧୫ରୁ ୨୦ ମିନିଟ ଛାଡି ଦିଅନ୍ତୁ ।  ତାପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ଲେମ୍ବୁ ଏବଂ ଚିନିର ମିଶ୍ରଣ କହୁଣୀର କଳାପଣ ଦୂର କରିବାରେ ସାହାଯ୍ୟ କରେ। ଲେମ୍ବୁରେ ଭିଟାମିନ୍ ସି ଥାଏ ଯାହା ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ, ଯେତେବେଳେ ଚିନିରେ ଏକ୍ସଫୋଲିଏଟିଂ ଗୁଣ ଥାଏ ଯାହା ଚର୍ମକୁ ଚମକଦାର କରିବାରେ ସାହାଯ୍ୟ କରେ। ଲେମ୍ବୁ ରସରେ ଚିନି ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ ଏବଂ ଏହାକୁ କହୁଣୀରେ ଲଗାନ୍ତୁ।

ହଳଦୀ ଏବଂ ଦହି – ହଳଦୀ ଏବଂ ଦହିର ମିଶ୍ରଣ କହୁଣୀରେ ଲଗାଇବା ଦ୍ୱାରା କଳାପଣ ଦୂର କରେ ।   ହଳଦୀରେ କରକ୍ୟୁମିନ ଥାଏ , ଯାହା   ଡେଡ ସେଲଗୁଡିକୁ ଏଡାଇବାରେ ସାହାଯ୍ୟ କରେ । ସେହିପରି ବେସନ ଏବଂ ଦହିରେ ଲାକ୍ଟିକ ଏସିଡ ଥାଏ ଯାହା  ସ୍କିନକୁ ଗ୍ଲୋ କରେ । ଏହାକୁ କହୁଣୀରେ ଲଗାଇ ୧୫ରୁ ୨୦ ମିନିଟ  ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking