14.1 C
Bhubaneswar
Tuesday, January 13, 2026
Homeଓଡିଶାପିଲାଙ୍କ ଗଳାରୁ ମୁଦ୍ରା କିପରି ବାହାର କରିବେ ଜାଣନ୍ତୁ ..

ପିଲାଙ୍କ ଗଳାରୁ ମୁଦ୍ରା କିପରି ବାହାର କରିବେ ଜାଣନ୍ତୁ ..

ଭୁବନେଶ୍ୱର:  ପିଲାମାନେ ଖେଳୁଥିବା ସମୟରେ ପ୍ରାୟତଃ ଛୋଟ ଛୋଟ ଜିନିଷ ପାଟିରେ ଧରନ୍ତି । ଖେଳଣାର ଛୋଟ ଅଂଶ , ବଟନ୍ କିମ୍ବା ମୁଦ୍ରା , ସବୁକିଛି ସେମାନଙ୍କ କୌତୁହଳର ଅଂଶ ହୋଇଯାଏ । କିନ୍ତୁ କେତେକ ସମୟରେ ଏହି ଅଭ୍ୟାସ ବିପଦର କାରଣ ହୋଇପାରେ । ବିଶେଷକରି ଯେତେବେଳେ ମୁଦ୍ରା ଗଳାରେ ଫସିଯାଏ । ଏପରି ପରିସ୍ଥିତିରେ , ପିଲାଟି ହଠାତ୍ କାଶିବାକୁ ଲାଗିଥାଏ , ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଗଳାରେ ଯନ୍ତ୍ରଣା ଅନୁଭବ କରେ । ଯଦି ପିଲାଟି କାଶୁଛି , ତେବେ ତାକୁ କାସିବାକୁ ଦିଅ । ତାକୁ ଅଟକାଅ ନାହିଁ। କେତେବେଳେ ଲଗାତାର କାଶ ଯୋଗୁଁ ମୁଦ୍ରା ବାହାରକୁ ଆସିଯାଏ । ପିଲାକୁ ପାଣି ପିଇବାକୁ କୁହ ନାହିଁ, କାରଣ ପାଣି ପିଇବା ଦ୍ୱାରା ମୁଦ୍ରା ଆହୁରି ତଳକୁ ଫସିପାରେ । ପିଲାକୁ ଆପଣଙ୍କ କୋଳରେ ମୁହଁ କରି ଶୁଆଇ ଦିଅନ୍ତୁ ଏବଂ ତାଙ୍କ ପିଠିକୁ କାନ୍ଧ ମଧ୍ୟରେ ୫ ଥର ଧୀରେ ଚାପୁଡ଼ାନ୍ତୁ।ଯଦି ମୁଦ୍ରା ବାହାରକୁ ନ ଆସେ, ତେବେ ପିଲାକୁ ସିଧା ବସାଇ ତା’ର ପେଟ ଉପରେ (ନାଭି ଉପରେ) ହାଲୁକା ଚାପ ଦିଅ। ଏହି ଚାପ ପବନକୁ ଉପରକୁ ଠେଲି ଦିଏ ଏବଂ ମୁଦ୍ରା ବାହାରକୁ ଆସିପାରିବ। ଯଦି ମୁଦ୍ରା ବାହାରକୁ ଆସୁନାହିଁ କିମ୍ବା ପିଲାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି , ତେବେ ସମୟ ନଷ୍ଟ ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ। ଡାକ୍ତର ଏଣ୍ଡୋସ୍କୋପି କିମ୍ବା ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମୁଦ୍ରା ବାହାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking