ନୂଆଦିଲ୍ଲୀ: ଧୂମପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯାହା ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ । କେବଳ ଧୁମପାନ କରୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇନଥାଏ । ଧୁମପାନ ନ କରୁଥିବା ବ୍ୟକ୍ତିଙ୍କ ଶରୀରର ଉପରେ ପ୍ରଭାବ ପକାଇଥାଏ । ଯାହା ଫଳରେ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ । ସିଗାରେଟ ଧୂଆଁରେ ୭ହଜାରରୁ ଅଧିକ କେମିକାଲ୍ସ ରହିଛି । ଯାହା କ୍ୟାନସର ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ । ଏଥିରେ ନିକୋଟିନ , କାର୍ୱନ ମନୋକ୍ସାଇଡ , ଫର୍ମାଲ୍ଡାଇଡ , ବେଞ୍ଜିନ , ଆର୍ସେନିକ ଏବଂ ଅମୋନିଆ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି କରେ । ସବୁଠାରୁ ବଡ କଥା ହେଉଛି , ଧୁମପାନ କରିବା ଦ୍ୱାରା ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଏହି ଧୂଆଁ ନିଶ୍ୱାସ ନେବା ଦ୍ୱାରା ରକ୍ତବାହୀ ନଳୀ କ୍ଷତିଗ୍ରସ୍ତ ହୋଇପାରେ । ରକ୍ତଚାପ ବୃଦ୍ଧି ପାଇପାରେ । ତେବେ ଧୂମପାନରୁ ନିଜକୁ ରକ୍ଷା କରିବା ପାଇଁ ହେଲେ , ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ । ଯଦି ଧୁମପାନ କରୁଛନ୍ତି , ଝରକା, କବାଟ ଖୋଲି କରନ୍ତୁ । ଯାହା ଫଳରେ ତାହା ବାୟୁରେ ମିଶିଯିବ । ଆଖପାଖରେ ଥିବା ଲୋକମାନଙ୍କୁ ଏତେଟା ପ୍ରଭାବ ପକାଇବ ନାହିଁ । ଯେଉଁଠି ଧୁମପାନ ନିଷେଧ ସେହି ଜାଗାରେ ରୁହନ୍ତୁ । ଘରକୁ କେହି ଆସି ଆସିଲେ ଧୁମପାନ କରିବା ପାଇଁ ଅନୁମତି ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ନିଜକୁ ଧୂମପାନ ଠାରୁ ସୁରକ୍ଷା କରିପାରିବେ ।