ଭୁବନେଶ୍ୱର: କ୍ଷୀର ଏବଂ କଦଳୀ ଉଭୟ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କ୍ଷାରରେ କ୍ୟାଲସିୟମ ଭରପୁର ଥିବାବେଳେ କଦଳୀରେ ପୋଟାସିୟମ ଏଭଂ ଭିଟାମିନ ଫାଇବର ଭଳି ପୋଷକ ତତ୍ୱ ରହିଥାଏ । ଅନେକ ସମୟରେ ଲୋକମାନେ ଓଜନ ବୃଦ୍ଧି କରିବା ପାଇଁ କ୍ଷୀର ଏବଂ କଦଳୀ ମଧ୍ୟ ସେବନ କରନ୍ତି । ଓଜନ ବୃଦ୍ଧି କରିବା ପାଇଁ ଆପଣ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ସହିତ ଦୁଇଟି କଦଳୀ ମିଶାଇ ଖାଇପାରିବେ । ଆପଣ ଜଳଖିଆରେ କଦଳୀ ଏବଂ କ୍ଷୀର ଖାଇପାରିବେ । ଏହା ବ୍ୟତୀତ ଯଦି ଆପଣ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ତେବେ ଶେକ ପ୍ରସ୍ତୁତ କରିପାରିବେ । କଦଳୀ ଶେକ ପ୍ରସ୍ତୁତ କରିବା ପାଇଁ ଆପଣ କ୍ଷୀର କଦଳୀ ସହିତ ଡ୍ରାଏ ଫ୍ରୁଟ୍ସ ମଧ୍ୟ ମିଶାଇ ପାରିବେ । ଓଜନ ବୃଦ୍ଧି ପାଇଁ ସକାଳେ କ୍ଷୀର ଏବଂ କଦଳୀ ଖାଇବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।










