28.1 C
Bhubaneswar
Monday, December 15, 2025
Homeଓଡିଶାମଶାକୁ ଘଉଡାଇବାର ଘରୋଇ ଉପଚାର ଜାଣନ୍ତୁ

ମଶାକୁ ଘଉଡାଇବାର ଘରୋଇ ଉପଚାର ଜାଣନ୍ତୁ

ଭୁବନେଶ୍ୱର: ମୌସୁମୀ ଋତୁରେ ଥଣ୍ଡା ପବନ ଏବଂ ବର୍ଷା ଟୋପା ଆନନ୍ଦ ଭରିଦିଏ, କିନ୍ତୁ ଏହି ସୁଖଦ ପାଗରେ ମଶାଙ୍କ ଆତଙ୍କ ବଢ଼ିଯାଏ। ପ୍ରକୃତରେ, ଏହି ଋତୁ ମଶାଙ୍କ ବଂଶବୃଦ୍ଧି ପାଇଁ ଉପଯୁକ୍ତ। ତେଣୁ, ଏହି ଋତୁରେ ମଶା କେବଳ କାମୁଡ଼ି ହଇରାଣ କରନ୍ତି ନାହିଁ, ବରଂ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁନଗୁନିଆ ଭଳି ବିପଦଜନକ ରୋଗ ମଧ୍ୟ ସୃଷ୍ଟି କରନ୍ତି। ଏପରି ପରିସ୍ଥିତିରେ, ସେମାନଙ୍କଠାରୁ ନିଜକୁ ରକ୍ଷା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ମଶାଙ୍କୁ ଦୂରେଇ ରଖିବା ପାଇଁ ବଜାରରେ ମିଳୁଥିବା ଅନେକ ମଶାଧୂପ ବା କଏଲ ଆମେମାନେ ବ୍ୟବାହାର କରିଥାନ୍ତି । ଯାହା ଦ୍ଵାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ମଶା ଉପଚାର ନେଇ ଆସିଛୁ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ନିମପତ୍ର । ନିମପତ୍ର ଆମ ଶରୀର ପାଇଁ କେତେ ଉପଯୋଗୀ ତାହା ଆମେ ସମସ୍ତେ ଜାଣିଛୁ । ମଶା ଘଉଡାଇବା ପାଇଁ ମଧ୍ୟ ଏହି ପତ୍ର ଖୁବ ଲାଭଦାୟକ ଅଟେ । ଆପଣ ଦୁଇ ମୁଠା ନିମପତ୍ରକୁ ଭଲ ଭାବେ ଧୋଇ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଦ୍ଵିତୀୟରେ ଆପଣଙ୍କୁ ଆବଶ୍ୟକ ରାଶି ତେଲ । ଆପଣ ଚାହିଁଲେ ସୋରିଷ କିମ୍ବା ନଡିଆ ତେଲ ନେଇପାରିବେ । ଗ୍ଯାସରେ ଏକ ପାତ୍ର ଗରମ କରି ସେଥିରେ ଦେଢ କପ୍ ରାଶି ତେଲ କମ ଆଞ୍ଚରେ ରଖି ଗରମ କରନ୍ତୁ ଓ ସେଥିରେ ବାଟି ରଖିଥିବା ନିମପତ୍ର ଗୁଣ୍ଡକୁ ମିଶାଇ ଦିଅନ୍ତୁ । ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଗରମ କରନ୍ତୁ । ଦେଖିବେ ନିମପତ୍ର ସଂପୂର୍ଣ୍ଣ ଜଳିଯିବ ଓ ସମସ୍ତ ପୋଷକତତ୍ତ୍ଵ ସେହି ତେଲ ମଧ୍ୟକୁ ଆସିଯିବ । ଥଣ୍ଡା ହେବା ପରେ ଏହି ତେଲକୁ ଛାଣି ଦିଅନ୍ତୁ ଓ ସେଥିରେ ଏକ ଚାମୁଚ ଗନ୍ଧକର୍ପୁର ଗୁଣ୍ଡ ମିଶାଇ ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking