18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମୌନୀ ଅମାବାସ୍ୟାର ମହତ୍ତ୍ୱ ବିଷୟରେ ଜାଣନ୍ତୁ..

ମୌନୀ ଅମାବାସ୍ୟାର ମହତ୍ତ୍ୱ ବିଷୟରେ ଜାଣନ୍ତୁ..

ଲକ୍ଷ୍ନୌ: ଆଜି ମୌନୀ ଅମାବାସ୍ୟା ।  ଏହା ହେଉଛି  ମହାକୁମ୍ଭର ସବୁଠୁ ବଡ ଦିନ । ମହାକୁମ୍ଭରେ ଦ୍ୱିତୀୟ ଅମୃତ ସ୍ନାନ ।  ମହାନଦୀ ସ୍ନାନ ଏବଂ ଧାର୍ମିକ ରୀତିନିତି ଦୃଷ୍ଟିରୁ ମୌନୀ  ଅମାବାସ୍ୟାର ମହତ୍ତ୍ୱ ରହିଛି ।  ଏହି ପର୍ବରେ ନୀରବରେ  ଧାର୍ମିକ ରୀତିନୀତି କରିବା ଏବଂ  ଦିନସାରା ନୀରବ ରହିବାର ପରମ୍ପରା ରହିଛି ।

ମହାକୁମ୍ଭରେ ମୌନୀ ଅମାବାସ୍ୟା ସବୁଠୁ ବଡ ଦିନ କାହିଁକି ଜାଣନ୍ତୁ ?

ବ୍ରାହ୍ମା , ପଦ୍ମ ଏବଂ ବାୟୁ ପୁରାଣରେ  ଏହି ଅମାବାସ୍ୟା ଉପରେ ନୀରବତା ପାଳଳନ କରିବାକୁ  କୁହାଯାଇଛି ।  ପୁରାଣ ଅନୁସାରେ ,   ମାଘ ମାସର ଅମାବାସ୍ୟାରେ ଭଗବାନ ବିଷ୍ଣୁ ଏବଂ ପିତୃପୁରୁଷ ଙ୍କୁ ପୂଜା କରିବା ସହିତ  ଏହି ଦିନ ଉପାବାସର ନୀରବ ପାଳନ କରିବା ବହୁତ ଭଲ ଗୁଣ ଦେଇଥାଏ ।  ଶ୍ରୀମଦ ଭଗବତ ଗୀତାରେ ନୀରବତାକୁ  ଅନୁତାପ କୁହାଯାଏ ।  ବିଶ୍ୱାସ କରାଯାଏ ଯେ  ଏହି ଦିନ  ନିରବତାର ଉପବାସ ପାଳନ କରିବା ଏକ ଗିଣାତ୍ମକ ଫଳ ଦେଇଥାଏ ।  ଇଚ୍ଛାକୁ ନିୟନ୍ତ୍ରଣ  କରିବା ପାଇଁ ଯୁଗ ଯୁଗ  ଧରି  ନୀରବତା ଅଭ୍ୟାସ  କରାଯାଏ ।  ଏହା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।  ଉଦାସୀନତା ଏବଂ ଚାପକୁ ହ୍ରାସ କରେ ।  ହେଲେ କେତେଜଣ ରିସର୍ଚ୍ଚର  ଏହି ମୌନୀ ଉପବାସ ଉପରେ  ରିସର୍ଚ୍ଚ କରି ତଥ୍ୟ ପ୍ରଦାନ କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଅନୁସନ୍ଧାନ ଅନୁଯାୟୀ, ସକରାତ୍ମକ ନୀରବତା ଅଭ୍ୟାସ କରିବା ଦ୍ୱାରା ଚାପ, ଚିନ୍ତା ଏବଂ ଉଦାସୀନତା ୪୦ % ପର୍ଯ୍ୟନ୍ତ କମିଯାଏ। ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ନିରବ ଧ୍ୟାନ କରନ୍ତି ସେମାନଙ୍କର ମସ୍ତିଷ୍କ ସକାରାତ୍ମକ ଭାବକୁ ସକ୍ରିୟ କରିଥାଏ  । ଯେଉଁ କାରଣରୁ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଭଲ ରହିଥାଏ  । ଜର୍ମାନୀର ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ମ୍ୟାକ୍ସ ପ୍ଲାନ୍କଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଯେତେବେଳେ ଆମେ ଏକ ନିରବ ପରିବେଶରେ ସମୟ ବିତାଇଥାଉ, ହିପୋକମ୍ପସ୍ ଅଧିକ ସକ୍ରିୟ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking