24.1 C
Bhubaneswar
Monday, February 9, 2026
Homeଓଡିଶାନେତୃତ୍ୱ ବିକାଶ ମିଶନ କଂଗ୍ରେସ ଦଳ ପାଇଁ ସଂଜୀବନୀ-ଭକ୍ତ

ନେତୃତ୍ୱ ବିକାଶ ମିଶନ କଂଗ୍ରେସ ଦଳ ପାଇଁ ସଂଜୀବନୀ-ଭକ୍ତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ନେତୃତ୍ୱ ବିକାଶ ମିଶନ ବିଭାଗ ଏବଂ ଆଦିବାସୀ କଂଗ୍ରେସ ବିଭାଗର ଏକ ମିଳିତ ଆଭାସୀ (ଭର୍ଚୁଆଲ୍‌) ସଭାରେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନେତୃତ୍ୱ ବିକାଶ ମିଶନ କଂଗ୍ରେସ ଦଳ ପାଇଁ ଆଗାମୀ ଦିନରେ ସଂଜୀବନି ସାବ୍ୟସ୍ତ ହେବ ବୋଲି ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ସମାଜର ବଞ୍ôଚତ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ସଂଘର୍ଷରତ ଯୁବକ/ ଯୁବତୀମାନଙ୍କୁ ଦଳୀର ମୁଖ୍ୟ ସ୍ରୋତକୁ ଆଣି ଆଗାମୀ ଦିନରେ ଦଳୀୟ ନେତୃତ୍ୱରେ ସାମିଲ କରିବା ପାଇଁ ନେତୃତ୍ୱ ବିକାଶ ମିଶନ ଗଠନ କରାଯାଇଅଛି । ଏହିକ୍ରମରେ ଓଡ଼ିଶାର ସମସ୍ତ ୫୭ଟି ସଂରକ୍ଷିତ ବିଧାନସଭା ଗୁଡ଼ିକୁ ୧୦ଟି କ୍ଲଷ୍ଟରରେ ଭାଗ କରାଯାଇ ପ୍ରତ୍ୟେକ କ୍ଲଷ୍ଟର ପାଇଁ ଜଣେ ଜଣେ ଟିମ୍ ଲିଡର ଓ କୋ-ଟିମ୍ ଲିଡର ନିଯୁକ୍ତି କରାଯାଇଅଛି । କ୍ଲଷ୍ଟର-୧ ପାଇଁ ଟିମ୍ ଲିଡର ଭାବେ ଅନୁସୂଚିତ ଜାତି ବିଭାଗର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ପାଶୱାନ ଓ କୋ-ଟିମ୍ ଲିଡର ଭାବେ ଆଇନଜୀବୀ ଆଲବର୍ଟ କିଣ୍ଡୋ ଓ ଶ୍ରୀ ନେପାଲ ସାହୁ ନିଯୁକ୍ତି ପାଇଅଛନ୍ତି । ସେହପରି କଷ୍ଟର୍‌-୨ ପାଇଁ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକ ଟିମ୍ ଲିଡର ଭାବେ ଓ ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ ଓ ଶ୍ରୀ ରଞ୍ଜନ ସେଠୀ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୩ ପାଇଁ ରାଜ୍ୟ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ଦ ଲାଗୁରୀ ଟିମ୍ ଲିଡର ଭାବେ ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରହଲ୍ଲାଦ ପୁର୍ତି ଏବଂ ଶ୍ରୀ ଐତିହ୍ୟ ଦିବ୍ୟ ସିଂ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୪ ପାଇଁ ଟିମ୍ ଲିଡର ଭାବେ ପୂର୍ବତନ ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ ଓ କୋ-ଟିମ୍ ଲିଡର ଭାବେ ଶ୍ରୀ ପ୍ରତ୍ୟୁଷ ସାହୁ ଓ ଶ୍ରୀ ଆଶିଷ ଲେଙ୍କା ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୫ ପାଇଁ ଟିମ୍ ଲିଡର ଭାବେ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଉପାଧ୍ୟକ୍ଷ ଶ୍ରୀ କ୍ଷିରୋଧ ଚନ୍ଦ୍ର ପାତ୍ର ଟିମ୍ ଲିଡର ଭାବେ ଓ ଶ୍ରୀ ବିଶ୍ୱରଞ୍ଜନ ଜେଠୀ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇ ଅଛନ୍ତି । କ୍ଲଷ୍ଟର-୬ ପାଇଁ ଟିମ୍ ଲିଡର ଭାବେ ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଅବଦୁଲ୍ କଲ୍ଲାମ ଟିମ୍ ଲିଡର ଭାବେ ଓ ଶ୍ରୀ ଶିଖାଂସୁ ଲେଙ୍କା ଏବଂ ଶ୍ରୀ ସୁବାସ ନାୟକ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୭ ପାଇଁ ଟିମ୍ ଲିଡର ଭାବେ ଶ୍ରୀ ଭାଗିରଥି ବେହେରା ଓ କୋଟ-ଟିମ୍ ଲିଡର ଭାବେ ଶ୍ରୀ ଜ୍ଞାନ ରଞ୍ଜନ ରାଉତ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୮ ପାଇଁ ଟିମ୍ ଲିଡର ଭାବେ ଆଇନଜୀବୀ ହିରାସିଂ ମଣ୍ଡଳ ଓ କୋ-ଟିମ୍ ଲିଡର ଭାବେ ଶ୍ରୀ ଯଜାତି କେଶରୀ ନାୟକ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୯ ପାଇଁ ଶ୍ରୀ ବାଙ୍କନିଧି ବେହେରା ଓ କୋ-ଟିମ୍ ଲିଡର ଭାବେ ଶ୍ରୀ ଅଖିଳ ଭତ୍ରା ନିଯୁକ୍ତି ପାଇଅଛନ୍ତି । ସେହିପରି କ୍ଲଷ୍ଟର-୧୦ ପାଇଁ ଟିମ୍ ଲିଡର ଭାବେ ପୂର୍ବତନ ବିଧାୟକ ଶ୍ରୀଭୂଜବଳ ମାଝୀ ଓ କୋ-ଟିମ୍ ଲିଡର ଭାବେ ଶ୍ରୀ ଅନାମ ଦିଆନ ନିଯୁକ୍ତି ପାଇଅଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ନେତୃତ୍ୱ ବିକାଶ ମିଶନର ରାଜ୍ୟ ଆବାହକ ଆଇନଜୀବୀ ମାନସ କୁମାର ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking