18.1 C
Bhubaneswar
Wednesday, February 4, 2026
Homeଓଡିଶାନେତା ମାଳମାଳ ବିକାଶ ଦୁର୍ବଳ

ନେତା ମାଳମାଳ ବିକାଶ ଦୁର୍ବଳ

ତାଳଚେର: ଗତ ସରକାରରେ ଓଡ଼ିଶା ମଧ୍ୟରେ ରହିଥିବା ବିଭିନ୍ନ ଦେବାଦେବୀ ପୀଠର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ତାଳଚେର ଭଳି ଏକ ଶିଳ୍ପାଞ୍ଚଳରେ ଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳା ଦେବୀଙ୍କ ପୀଠ ବା ଭବ୍ୟମନ୍ଦିରର ଉନ୍ନତି ନହେବା ଏହା ଭକ୍ତଙ୍କ ଭାବବେଗ ସହିତ ଅଟହାସ୍ୟ ହେଲା ପରିମନେ ହେଉଛି। ଏଠାରେ ବିଭିନ୍ନ ଦଳର ମାଳମାଳ ନେତା ସହିତ କର୍ମୀ କିଛି କମ ନଥିବା ବେଳେ ଆଜି ମନ୍ଦିରର କାର୍ଯ୍ୟ ଅଧାଗଢ଼ା ଅବସ୍ଥାରେ ପଡ଼ି ରହିଛି। କେଉଁ ଠାରେ ରଡ୍ କଳଙ୍କି ଖାଇଗଲାନି ତ ଆଉ କେଉଁଠାରେ ଧୂଳିଧୂଆଁରେ ଏକ ଅପ୍ରତିକର ପରିସ୍ଥିତି ଦେଖାଦେଲାଣି। ଏହି ମନ୍ଦିରର ଉନ୍ନତି ପାଇର୍ ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ଏମ୍‌ସିଏଲ୍‌ର ପଦାଧିକାରୀ ମାନେ ଉନ୍ନତି ପାଇଁ ଅର୍ଥ ପ୍ରଦାନ କରୁଥିବା ବେଳେ ମା’ଙ୍କ ହୁଣ୍ଡି ସଂଗୃହୀତ ଅର୍ଥରେ କାହିଁକି ମନ୍ଦିରର ଉନ୍ନତି କରାଯାଇ ପାରିନାହିଁ ତେବେ ତାକୁ ନେଇ ସର୍ବସାଧାରଣ ଜନତାମାନେ ନେତା ଓ ପ୍ରଶାସନଙ୍କ ଉପରେ କଟୁ ମନ୍ତବ୍ୟ ଦେଇ ଚାଲିଛନ୍ତି। ତାଳଚେର ସହରରୁ ଠାରୁ ମା’ଙ୍କ ମନ୍ଦିିରକୁ ଯିବା ପାଇଁ ନା ହୋଇପାରୁଛି ରାଜ୍ୟ ସରକାରଙ୍କ ପକ୍ଷରୁ ସିଧାସଳଖ ରାସ୍ତା ନା ହେଉପାରୁଛି ଆଲୋକୀକରଣ। ଏହି ପୀଠକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ଏପରିକି ଓଡ଼ିଶାର କୋଣ ଅନୁକୋଣ ଓ ରାଜ୍ୟ ବାହାରୁ ଲୋକମାନେ ମା’ଙ୍କ ପୀଠକୁ ସୂଅ ଛୁଟେ।

ଏହି ମନ୍ଦିରଟିର ଦୀର୍ଘବର୍ଷ ହେବ କାର୍ଯ୍ୟ ନିର୍ମାଣ ଚାଲୁ ରହିଥିଲେ ମଧ୍ୟ ଏାହାରି ପାଶ୍ୱର୍ରେ ରହିଥିବା ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟ ଅଧାଗଢ଼ା ଅବସ୍ଥାରେ ଠପ୍ ହୋଇ ପଡ଼ି ରହିଛି। ମା’ଙ୍କ ପୀଠଟି ହିଙ୍ଗୁଳା କୋଇଲା ଖଣି ଠାରୁ ମାତ୍ର ୫୦ମିଟର ଦୂରତାରେ ରହିଥିବା ବେଳେ ଅନୁଗୋଳ ଜିଲ୍ଳା କାର୍ଯ୍ୟାଳୟରୁ ପ୍ରାୟ ୧୨ କିମି ଓ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୩୦ କିମି ବ୍ୟବଧାନରେ ରହିଥିଲେ ମଧ୍ୟ ପୂର୍ବରୁ ନିଷ୍ପତି ନିଆଯାଇଥିବା ଡ଼େରାଛକ ଠାରୁ ସିଧାସଳଖ ହିଙ୍ଗଚଳାପୀଠ ପର୍ଯ୍ୟନ୍ତ ପ୍ରଶସ୍ତରାସ୍ତା ନିର୍ମାଣ ସହ ଉଭୟପାଶ୍ୱର୍ରେ ଆଲୋକୀକରଣ କରିବାକୁ ବିଧିବଦ୍ଧ ଭାବେ ତାଳଚେର ବିଧାୟକ ୨୦୧୪ ମସିହାରେ ନଡ଼ିଆ ପିଟି ଭୂମିପୂଜନ କରିଥିଲେ ହେଁ ରାସ୍ତା ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ।

ରାଜ୍ୟ ସରକାର ପ୍ରତ୍ୟେକ ଦେବାଦେବୀଙ୍କ ପାଇଁ ପ୍ରଚୁର ଅର୍ଥ ବ୍ୟୟବରାଦ କରୁଥିବା ବେଳେ ଓଡ଼ିଶା ପ୍ରସିଦ୍ଧ ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳା ପୀଠ ପ୍ରତି ଦୃଷ୍ଟି ଦେଉନଥିବା କରାଯାଉଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ଉନ୍ନୟନ ପାଇଁ ଗାଁ ଗାଁରୁ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ସହ ବିଭିନ୍ନ ସରକାରୀ ବେସରକାରୀ ଅବା ଏମ୍‌ସିଏଲ କର୍ମଚାରୀ ଓ ଠିକାକର୍ମଚାରୀ ମାନେ ଦିନକର ଦରମା ସ୍ୱଇଚ୍ଛାରେ ପ୍ରଦାନ କରୁଥିଲେ ମଧ୍ୟ ଏହାର କାର୍ଯ୍ୟ କାହିଁକି ସମ୍ପୂର୍ଣ୍ଣ ହେଉନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମା’ଙ୍କ ଯାତ୍ରା ଆଗମନରେ ମାଳମାଳ ନେତା ଓ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ୯ଦିନ ବ୍ୟାପି ପୋଷ୍ଟର, ବ୍ୟାନର୍ ହୋଡ଼ିଙ୍ଗ ଓ ବିଜ୍ଞାପନ ଦେଇ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ବେଶ ବାହାବାହା ନେଉଥିବା ବେଳେ ଡ଼ାକବାଜି ଯନ୍ତ୍ରୀ ଦ୍ୱାରା ମନ୍ଦିରର ଉନ୍ନତିକରଣ ପାଇଁ ମୁକ୍ତହସ୍ତରେ ଦାନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଥାଏ। ମାତ୍ର ଏହି ଆଦାୟ ଅର୍ଥ ଯାଉଛି କ଼ୁଆଡ଼େ ବୋଲି ଏବେ ତାଳଚେର ସହିତ ତାଳଚେର ବାହେରେ ମଧ୍ୟ ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking