17.1 C
Bhubaneswar
Sunday, February 8, 2026
Homeଓଡିଶାଓଲଟିଲା ଲକ୍ଷ୍ମୀ ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଲଟିଲା ଲକ୍ଷ୍ମୀ ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କ:  କୋଣାର୍କର କାଦୁଆ ପଞ୍ଚାୟତ ସମା ବ୍ରିଜ୍ ନିକଟରେ ଲକ୍ଷ୍ମୀ ବସ୍  ଓଲଟି ପଡ଼ିଛି । ଭାରସାମ୍ୟ ହରାଇ  ଲକ୍ଷ୍ମୀ ବସ୍‌ ନଦୀକୁ ଖସି ପଡ଼ିଛି।  କାକଟପୁରରୁ କୋଣାର୍କ ଅଭିମୁଖେ ଯାଉଥିବା ସମୟରେ ସମା କାଦୁଆ ନଦୀକୁ ବସ୍‌ଟି ଖସି ପଡ଼ିଛି।ତେବେ ବଡ଼ ଧରଣର ଦୁର୍ଘଟଣାରୁ ବସ୍ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍ ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ବସ୍‌ର ଷ୍ଟ୍ରେରିଙ୍ଗ କାମ ନକରିବାରୁ  ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି। ଶେଷରେ ବସ୍ ନଦୀ ଭିତରକୁ ପଶି ଯାଇଥିବା ସେ କହିଛନ୍ତି। ଅନ୍ୟପଟେ ବେପରୁଆ ଗାଡିଚାଳନା ପାଇଁ ଏମିତି ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ବ୍ରେକ୍‌ ଫେଲ୍‌ ହୋଇଯିବା ଯୋଗୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଙ୍ଗୁତୁମା ଘାଟି ତଳକୁ ଲକ୍ଷ୍ମୀ ବସ୍‌ ଖସି ପଡ଼ିଥିଲା। ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking