20.1 C
Bhubaneswar
Sunday, December 7, 2025
Homeଓଡିଶାନିଜକୁ ଜାଳିଦେଲେ ଆଇନଜୀବୀ!

ନିଜକୁ ଜାଳିଦେଲେ ଆଇନଜୀବୀ!

ଭୁବନେଶ୍ୱର: ଦେହରେ ପେଟ୍ରୋଲ ଢାଳି ଜଳିଗଲେ ଜଣେ ଆଇନଜୀବି । ଏଭଳି ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ପାଣ୍ଡେରାରେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ  ଘଟିଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ମୃତକ ହେଉଛନ୍ତି ଦୀପକ କୁମାର ସାହୁ । ବୟସ ୪୬ ବର୍ଷ । ପେସାରେ ଆଇନଜୀବୀ । ବୃଦ୍ଧାମା, ଦୁଇ ଝିଅ, ଏବଂ ସ୍ତ୍ରୀଙ୍କ ସହିତ ରାଜଧାନୀରେ ରହୁଥିଲେ । ପାଖ ପଡୋଶୀଙ୍କ କହିବା ଅନୁସାରେ ପୂର୍ୱରୁ ଦୀପକ ମାନସିକ ସ୍ତରରେ ଭାଙ୍ଗିପଡିବା ଫଳରେ ଦୁଇ ଦୁଇ ଥର ସେ ଚିକିତ୍ସା ପାଇଁ ମେଡିକାଲରେ  ଭର୍ତ୍ତି ହୋଇଥିଲେ । ଚିକିତ୍ସା ହୋଇ ଘରକୁ ଫେରିବା ପରେ  ସେ ଅଧିକାଂଶ ସମୟ ଘରୁ ବାହାରକୁ ବାହାରନ୍ତି ନାହିଁ କି କାହା ସହ ବେଶି କଥା ହୁଅନ୍ତି ନାହିଁ ବୋଲି ପଡୋଶୀ ମାନେ କହିଛନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ବ୍ୟବହୃତ ହୋଇଥିବା ପେଟ୍ରୋଲ ବୋତଲକୁ ମଧ୍ୟ ଜବତ କରିଛନ୍ତି । ସମସ୍ତ ଦିଗକୁ ଜଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ ଯାଞ୍ଚ କରିବ ବୋଲି କହିଛନ୍ତି ଜୋନ ଏସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking