ନୂଆଦିଲ୍ଲୀ: ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଦକ୍ଷିଣ କୋଲକାତାର କସବା ଅଞ୍ଚଳର ଏକ ଆଇନ କଲେଜର ଛାତ୍ରୀଙ୍କୁ ଗଣଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଜୁନ ୨୫ ତାରିଖ ସନ୍ଧ୍ୟା ସମୟରେ ଘଟିଥିଲା । ପୀଡିତା ଜଣଙ୍କ ପୋଲିସକୁ ତୁରନ୍ତ ଅଭିଯୋଗ କରିଥିଲା । ଅଭିଯୋଗରେ ଗୁରୁବାର ରାତିରେ କଲେଜର ଦୁଇ ଜଣ ବର୍ତ୍ତମାନରଛାତ୍ର ଏବଂ ପୂର୍ୱତନ ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ କଲେଜର ସିସିଟିଭି ଯାଞ୍ଚ କରୁଛି । କିନ୍ତୁ ଏ ବାବଦରେ କଲେଜ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂତ୍ରରୁ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ହେଉଛି କଲେଜର ପୂ ର୍ୱତନ ଛାତ୍ର । ଆଉ ଦୁଇ ଜଣ କଲେଜର ବର୍ତ୍ତମାନ ପଢୁଛନ୍ତି । ଏହି ଦୁଇ ଜଣ ସାମିଲ ଥିଲେ କି ନାହିଁ ପୋଲିସ ତଦନ୍ତ କରୁଛି । ଗୁରଫ ହୋଇଥିବା ତିନି ଜଣଙ୍କୁ ଆଜି ବିଳମ୍ବିତ ରାତୁରେ କୋର୍ଟ ରେ ହାଜର କରାଯିବ । ଏଥି ସହିତ ଫୋରେନସିକ ପ୍ରମାଣ ସଂଗ୍ରହ ପାଇଁ ଫୋରେନସିକ ଟିମ ଗଠନ କରାଯାଇ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରିବେ ।










