14.1 C
Bhubaneswar
Sunday, January 18, 2026
Homeଓଡିଶାଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ଶିବିର

ଯାଜପୁର : ଶୁକ୍ରବାର ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଥିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ୍ ସଚେତନତା ଶିବିର ସିଭିଲ କୋର୍ଟ, ଯାଜପୁରର ଭିଡିଓ କନ୍‌ଫରେନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଫ୍ୟାମିଲି ଜଜ୍‌, ଶ୍ରୀଯୁକ୍ତ ସୁନିଲ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌, ଶ୍ରୀଯୁକ୍ତ ଅଭିଜିତ୍ ପଲେଇ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ପେଶାଲ ଜଜ୍‌, ପୋକ୍ସ କୋର୍ଟ, ବରିଷ୍ଠ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧୁରୀ, ଶ୍ରୀମତୀ ମନସ୍ୱିନୀ ରଥ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି, ଶ୍ରୀମତି ଲୋପାମୁଦ୍ରା ବେହେରା, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍‌.ଆର୍ ଏବଂ ଏଲ୍‌. ଟିଭି), ଶ୍ରୀଯୁକ୍ତ ପାରସ ପାଢୀ, ଦେୱାନୀ ବିଚାରପତି, ଯାଜପୁର ଯୋଗଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟଗୁଡିକ କିପରି ଏ.ଆଇ ମାଧ୍ୟମରେ ଆଂଚଳିକ ଭାଷାରେ ଉପଲବ୍ଧ ହୋଇପାରିଛି, ମଧ୍ୟସ୍ଥତା ମାଧ୍ୟମରେ କିପରି ମକଦ୍ଦମା ଗୁଡିକର ସହଜ ସମାଧାନ କରାଯାଇପାରିବ ଏବଂ ଇ-ଫାଇଲିଂ ତଥା ଭିଡିଓ କନ୍‌ଫରେନସିଂ ରୁଲସ୍ ବିଷୟରେ ଉପସ୍ଥିତ କୋର୍ଟର ଷ୍ଟାଫ୍‌, ପ୍ୟାନେଲ ଲୟର, ପି.ଏଲ୍‌.ଭି. ମାନଙ୍କୁ ଅବଗତ କରାଇଥିଲେ । ଏହି ଶିବରକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋର୍ତିମୟୀ ଦାସ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking