19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଦେଶର ପ୍ରଥମ ସ୍ୱଦେଶୀ ଆଣ୍ଟିବାୟୋଟିକ୍ ‘ନାଫିଥ୍ରୋମାଇସିନ’ ଲଞ୍ଚ

ଦେଶର ପ୍ରଥମ ସ୍ୱଦେଶୀ ଆଣ୍ଟିବାୟୋଟିକ୍ ‘ନାଫିଥ୍ରୋମାଇସିନ’ ଲଞ୍ଚ

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଡ୍ରଗ ରେଜିଷ୍ଟାନ୍ସ ଇନଫେକ୍ସନ ଉପରେ ବଡ଼ ସଫଳତା ହାସଲ କରିଛି। ଦେଶର ପ୍ରଥମ ସ୍ୱଦେଶୀ ଆଣ୍ଟିବାୟୋଟିକ୍ ‘ନାଫିଥ୍ରୋମାଇସିନ’କୁ ଲଞ୍ଚ କରାଯାଇଛି। ଏହାକୁ ମୁମ୍ବାଇର ଫାର୍ମାସ୍ୟୁଟିକାଲ କମ୍ପାନୀ ୱକହାର୍ଟ ‘ମିକନାଫ’ ବ୍ରାଣ୍ଡ ନେମରେ ଖୁବ ଶୀଘ୍ର ବଜାରକୁ ଛାଡିବେ। ନାଫିଥ୍ରୋମାଇସିନ ଏକ ଅର୍ଦ୍ଧ ସିନ୍ଥେଟିକ ମାକ୍ରୋଲାଇଟ୍ ଆଣ୍ଟିବାୟୋଟିକ୍ ଯାହାକୁ ଡ୍ରଗ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆ ସହିତ ଲଢିବା ପାଇଁ ବିକଶିତ କରାଯାଇଛି। ଏହା ଖାସ କରି ବୟଷ୍କଙ୍କ ଠାରେ ହେଉଥିବା କମ୍ୟୁନିଟି-ଆକ୍ୱୟାର୍ଡ ବ୍ୟାକ୍ଟେରିୟଲ ନିମୋନିଆ (ସିଏବିପି)ର ଚିକିତ୍ସା ନିମନ୍ତେ ତିଆରି ହୋଇଛି। ଏହାକୁ କେବଳ ୩ ଦିନ ପର୍ଯ୍ୟନ୍ତ ଦିନକୁ ଥରଟିଏ ନିଆଯାଇ ପାରିବ। ଏହି ଔଷଧ ଫୁସଫୁସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ଏଣୁ ଏହାର ଅସର ତୀବ୍ର ଓ ପ୍ରଭାବୀ ହୋଇଥାଏ। ଡ୍ରଗ ରେଜିଷ୍ଟାଣ୍ଟ ନିମୋନିଆ ଯୋଗୁ ସାରା ବିଶ୍ୱରେ ପ୍ରତି ବର୍ଷ ୨ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଭାରତରେ ନିମୋନିଆ ମୋଟ ମାମାଲର ୨୩ ପ୍ରତିଶତ, ଯେଉଁଥିରେ ପାରମ୍ପରିକ ଔଷଧ ଏବେ ପ୍ରଭାବଶାଳୀ ହେଉ ନାହିଁ। ଏହି ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ନାଫିଥ୍ରୋମାଇସିନକୁ ଡିଜାଇନ କରାଯାଇଛି। ପ୍ରାୟ ୧୪ ବର୍ଷର ଗବେଷଣା ଓ ୫୦୦ କୋଟି ଟଙ୍କା ବ୍ୟୟରେ ଏହି ଆଣ୍ଟିବାୟୋଟିକ୍ ବିକଶିତ ହୋଇଛି। ନାଫିଥ୍ରୋମାଇସିନର କ୍ଲିନିକାଲ ଟ୍ରାୟଲ ଭାରତ ସମେତ ୟୁରୋପ ଓ ଆମେରିକାରେ ହୋଇଛି। ଏହି ଟ୍ରାୟଲରେ ଔଷଧ ଆଜିଥ୍ରୋମାଇସିନଠାରୁ ୧୦ ଗୁଣା ଅଧିକ ପ୍ରଭାବୀ ବୋଲି ଜଣାପଡିଛି। ଏହାର କ୍ଲିନିକାଲ କ୍ୟୁୟୋର ରେଟ ୯୬.୭ ପ୍ରତିଶତ ପ୍ରମାଣିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking