17.1 C
Bhubaneswar
Tuesday, February 3, 2026
Homeଓଡିଶାସୋଆ କୃଷି ମହାବିଦ୍ୟାଳୟରେ ପଦ୍ମଚାଷ ଗବେଷଣା ଏବଂ ନୂତନ କିସମ ଉଦ୍‌ଭାବନର ଶୁଭାରମ୍ଭ

ସୋଆ କୃଷି ମହାବିଦ୍ୟାଳୟରେ ପଦ୍ମଚାଷ ଗବେଷଣା ଏବଂ ନୂତନ କିସମ ଉଦ୍‌ଭାବନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଜାତୀୟ ଫୁଲ ପଦ୍ମ ସହିତ ଦେଶବାସୀଙ୍କ ଭାବଗତ ସମ୍ପର୍କ ଅତି ନିବିଡ଼ ଏବଂ ପୁରାତନ। ଏହି ଫୁଲର ଚାଷ, ଏହା ଉପରେ ଗବେଷଣା ଓ ନ୍ରୂଆ କିସମ ଉଦ୍‌ଭାବନ କରି ଚାଷ ନିମନ୍ତେ ବିଧିବଦ୍ଧ ଭାବେ ଗୁରୁବାର ଛତାବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟର କୃଷି ଗବେଷଣା କେନ୍ଦ୍ର ଦ୍ୱାରା ଏକ ‘ପଦ୍ମ ଜିନ୍ ବ୍ୟାଙ୍କ’ ଉଦ୍‌ଘାଟନ କରାଯାଇଛି। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ସୋଆ କୃଷି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା ଉଦ୍ଭିଦ ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସରୋଜ କୁମାର ମହାନ୍ତିଙ୍କ ଦ୍ୱାରା ଏହି ‘ପଦ୍ମ ଜିନ ବ୍ୟାଙ୍କ’ ଉଦ୍‌ଘାଟନ କରାଯାଇଛି। ପଦ ୍ମଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତିରେ ଏହାର କୃଷି, ନୂତନ କିସମ ଉଦ୍‌ଭାବନ, ଖାଦ୍ୟ ତଥା ପାଣିର ପରିଚାଳନା ଏବଂ ଏହାର ମଞ୍ଜି, ଫୁଲ ଓ ଫଳର ଔଷଧୀୟ ଓ ଶିଳ୍ପ ଭିତିକ ଗୁଣ ସମ୍ପର୍କରେ ଖୁବ କମ ଗବେଷଣା କରାଯାଇଛି। ଏହାକୁ ଅ୍ରାଖିରେ ରଖି ପଦ୍ମ ଉପରେ ଗବେଷଣା କରିବା ନିତାନ୍ତ ଜରୁରୀ ବୋଲି ପ୍ରଫେସର ରାଉତ କହିିଛନ୍ତି।

ପ୍ରଫେସର ରାଉତ ପଦ୍ମର ଭିନ୍ନ ଭିନ୍ନ ଅଂଶର ମାନ ନିର୍ଦ୍ଧାରଣ କରି ଏହାକୁ ନେଇ କିପରି ଏକ ଶିଳ୍ପ ପ୍ରତିଷ୍ଠା କରାଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ପଦ୍ମ ଜିନ ବ୍ୟାଙ୍କରେ ଓଡ଼ିଶାର ୨୪ ପ୍ରକାରର ନିଜସ୍ୱ ଜିନୋଟାଇପ୍ ସହ ଅନ୍ୟ ରାଜ୍ୟ ତଥା ଦେଶ ବିଦେଶର କିସମ ଉପରେ ଗବେଷଣା କରାଯିବ। ଓଡ଼ିଶା ମାଟି ଓ ପବନ ପାଇଁ ଅଧିକ କିସମ ତଥା ରୋଗ, ପୋକ ପ୍ରତିରୋଧକ କିସମ ଚିହ୍ନଟ ଏବଂ ତା’ର ଶଙ୍କରୀକରଣ କରି ନୂତନ କିସମ ଉଦ୍‌ଭାବନ କରାଯିବ। ଏହି କିସମ ମାନଙ୍କର ଚାଷ ନିମନ୍ତେ ଖାଦ୍ୟ, ସାର, ପାଣିର ସୁପରିଚାଳନା, ରୋଗ ନିୟନ୍ତ୍ରଣ, ଅମଳ ପରବର୍ତୀ ଯତ୍ନ ଏବଂ ପଦ୍ମର ଅଂଶ ବିଶେଷ ସବୁର ଗୁଣାତ୍ମକ ମାନ ଉପରେ ଗବେଷଣା କରାଯିବା ସହ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ କିପରି ପଦ୍ମ ଚାଷ ଦ୍ୱାରା ସୁଦୃଢ଼ ହୋଇପାରିବ ସେ ବିଷୟରେ ପଦକ୍ଷେପ ନିଆଯବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟ ନେଇ ସୋଆର ପଦ୍ମ ଜିନ୍ ବ୍ୟାଙ୍କ ଆଗକୁ କାର୍ଯ୍ୟ କରିବ ବୋଲି ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଶଶୀକଳା ବେଉରା ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡକ୍ଟର ବେଉରାଙ୍କ ବ୍ୟତୀତ ଫ୍ରଫେସର ଫାର୍ମ ଡକ୍ଟର ମଧୁସୁଦନ ବେହେରା, ସହଯୋଗୀ ପ୍ରଫେସର ଡକ୍ଟର ଶୈଳନ୍ଦ୍ରୀ କୁମାରୀ ପାତ୍ର, ସହକାରୀ ପ୍ରଫେସର ଡକ୍ଟର ଅଭିନାଶ ପଟ୍ଟନାୟକ, ଲକ୍ଷ୍ମୀ ପ୍ରସନ୍ନା, ଡକ୍ଟର ସୁବ୍ରତ କୁମାର ସେନାପତି, ସୁକିର୍ତୀ ମହାନ୍ତି, ଡକ୍ଟର ରୁଚିତା ପଣ୍ଡା ଓ ରିସର୍ଚ୍ଚ ଆସିଷ୍ଟାଂଟ ଶୁଭେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking