ଭୁବନେଶ୍ୱର : ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଦିବାସୀ ମେଳା -୨୦୨୫ ଉଦଘାଟନ କାଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ ହୋଇଛି । ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ନବମ , ଏକାଦଶ ଶ୍ରେଣୀରେ ଭର୍ତ୍ତି ପିଲାଙ୍କୁ ମିଳିବ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଡ୍ରପ ଆଉଟ ରୋକିବା ପାଇଁ ଲକ୍ଷ୍ୟ ରଖି ଯୋଜନା ରଖାଯାଇଛି । ଉପକୃତ ହେବେ ୨ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ।