34.1 C
Bhubaneswar
Tuesday, March 24, 2026
Homeଓଡିଶାତୋଷାଳୀ ଭବନ ପରିସରରେ ସୁଗମ୍ୟ ଯାତ୍ରାର ଶୁଭାରମ୍ଭ

ତୋଷାଳୀ ଭବନ ପରିସରରେ ସୁଗମ୍ୟ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ଵର: ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟଗୁଡିକରେ ଏକ ସୁଗମ୍ୟ ଯାତ୍ରା ର ଶୁଭାରମ୍ଭ କର।ଯାଇଛି । ସେହି କ୍ରମରେ ଓଡ଼ିଶାରେ ଆଜି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ଵର ତୋଷାଳୀ ଭବନ ପରିସରରେ ମାନ୍ୟବର ମନ୍ତ୍ରୀ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆ ବର୍ଗକଲ୍ୟାଣ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ରାଜ୍ୟ ଭିନ୍ନକ୍ଷମ ଅ।ୟୁକ୍ତ ତଥା SVNIRTARର ମିଳିତ ସହଯୋଗରେ ରାଜ୍ୟର ସଦର ମହକୁମାଠାରେ ଆରମ୍ଭ କରାଯାଇଛି । ରାଜ୍ୟର 30 ଟି ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସିନେମା ଘର, ଡାକ୍ତରଖାନା, ବଡ ବ୍ୟବସାୟ ଗୃହ, ପାର୍କ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ “ସୁଗମ୍ୟ ଯାତ୍ରା” କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି, ଏହିପରି କୋଠା ଗୁଡିକରେ PwD ର ଉପଲବ୍ଧତା ବୈଶିଷ୍ଟ୍ୟ ଉପରେ RPwD ଅଧିନିୟମ, 2016 ରେ ଦିଆଯାଇଥିବା ବ୍ୟବସ୍ଥା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା ଅସୁବିଧାର ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କର।ଇବା।

ପ୍ରତ୍ୟେକ ଜିଲ୍ଲାରେ ଦୁଇ ଦିନ ପାଇଁ “ଯାତ୍ରା” ଯୋଜନା କରାଯାଇଛି । ହାରାହାରି, ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଆଚ୍ଛାଦନ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଙ୍କ ନେତୃତ୍ୱରେ ୨ ରୁ ୩ ଟି ଟିମ୍ ଗଠନ କରାଯାଇଛି |
ସମଗ୍ର ରାଜ୍ୟରେ ପ୍ରାୟ 70 ଟି ଟିମ୍ ଗଠନ କରାଯାଇଛି ଏବଂ ଯାତ୍ରା ସୁପରିଚାଳନା ପାଇଁ ଯାନବାହନ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି | “ଯାତ୍ରା ” କୁ ଏକ ସକାରାତ୍ମକ ଓ ଫଳପ୍ରଦ ପରିଚାଳନା କରିବା ପାଇଁ ଦଳର ସଦସ୍ୟମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି |ପ୍ରତ୍ୟେକ ଦଳରେ ୬ ଜଣ ବ୍ୟକ୍ତି ରହିବେ । ତିନିଟି ଟିମ୍ ଏସ୍.ଏସ୍.ଏସ୍.ଓ, ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଖୋର୍ଦ୍ଧାଙ୍କ ନେତୃତ୍ୱରେ ସରକାରୀ କାର୍ଯ୍ୟାଳୟ ତଥା ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ସ୍ଥାନଗୁଡିକୁ ଆଚ୍ଛାଦନ କରିବା ଉଦ୍ଦେଶ୍ୟରେ ଡିଜାଇନ୍ ହୋଇଥିବା ନିର୍ଦ୍ଦିଷ୍ଟ ଆପରେ ସ୍ଥାନଗୁଡିକର ଫଟୋ ଉଠାଇବେ । ଏହି କାର୍ଯ୍ୟକ୍ରମରେ ବ୍ରତଟି ହରିଚନ୍ଦନ, ଏସସିପିଡି, ଓଡିଶା, ଡ ମହାନ୍ତି, ନିର୍ଦ୍ଦେଶକ, SVNIRTAR, ଶ୍ରୀମତୀ ଆର ଜାନି, ଅତିରିକ୍ତ ଶାସନ ସଚିବ ଏବଂ ଶ୍ରୀ ସନ୍ୟାସୀ ବେହେରା, ଉପ ଶାସନ ସଚିବ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କିଛି ସରକାରୀ PwD କର୍ମଚାରୀ ତଥା ଏସସିପିଡି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking