ଭୁବନେଶ୍ୱର: ଆଜି ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନସ୍ପେକ୍ଟର ପାହ୍ୟା ପଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ରରେ ଦକ୍ଷତା ବୃଦ୍ଧି ପାଇଁ ଏହି କାଯ୍ୟକ୍ରମ କରାଯାଇଛି । କଟକ ସ୍ଥିତ ପୋଲିସ ଗ୍ରାଉଣ୍ଡ ପରିସରରେ ୬୯ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ୱାହ୍ଣରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୩୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ୪୧ ଜଣ ଇନ୍ସପେକ୍ଟର , ୪୪ ଜଣ ଏସ. ଆଇ , ୬୩ ଜଣ ଏ. ଏସ. ଆଇ , ୧୪୨ ଜଣ କନଷ୍ଟେବଳ ଏବଂ ୨୩ଟି ପୋଲିସ ଶ୍ୱାନ କେ୯ ସାମିଲ ଅଛନ୍ତି । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ନିଜର ମତବ୍ୟକ୍ତ ରଖିଥିଲେ । କହିଥିଲେ, ବର୍ତ୍ତମାନ ସମୟରେ ଅପରାଧର ପରିଭାଷାରେ ପରିବର୍ତ୍ତନ ହୋଇଛି । ସାଇବର ଅପରାଧ, ସୋସିଆଲ ମିଡିଆ ଅପରାଧ , ବ୍ୟାଙ୍କ ଠକେଇ, ନାରୀ ଉପରେ ହେଉଥିବା ଅତ୍ୟାଚାର ଭଳି ଅପରାଧକୁ ଶୀଘ୍ର ଅନୁସନ୍ଧାନ କରି ଦୋଶୀକୁ ଦଣ୍ଡ ଦେବା ଆମର ପ୍ରାଥମିକ କର୍ତ୍ତବ୍ୟ । ଆହୁରି କହିଛନ୍ତି, ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ ସହାୟତାରେ ଓଡିଶାରେ ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । କେବଳ ରାଜ୍ୟ ସ୍ତରୀୟ ସଫଳତା ହାସଲ କଲେ ଏହା ଆମ ପାଇଁ ଯଥେଷ୍ଟ ନୁହେଁ ଆମକୁ ସର୍ୱ ଭାରତୀୟ ବୃତ୍ତିଗତ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡିଶା ପୋଲିସକୁ ଗୌରାବାନ୍ୱିତ କରିବା ଉଚିତ ବୋଲି ଡିଜିପି ଖୁରାନିଆ ମତପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ । କମ୍ପ୍ୟୁଟର ଜ୍ଞାନ କୌଶଳର ଦକ୍ଷତା , ପୋଲିସ ଶ୍ୱାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ । ରାଜ୍ୟ ଅପରାଧ ଅନୁସନ୍ଧାନ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଶ୍ରୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇ.ଜି ସଫିନ ଅହମ୍ମଦ କେ. ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।