30.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଲାପଟପ୍ ବ୍ୟାଟେରୀ ଫାଟି ୨ ମୃତ, ୭ ଗୁରୁତର

ଲାପଟପ୍ ବ୍ୟାଟେରୀ ଫାଟି ୨ ମୃତ, ୭ ଗୁରୁତର

ଫେସଲାବାଦ : ପାକିସ୍ଥାନରେ ଘଟିଛି ଅଭାବନୀୟ ଘଟଣା । ଚାର୍ଜରେ ବସିଥିବା ବେଳେ ଲାପଟପ୍ ବ୍ୟାଟେରୀ ଫାଟି ୨ ମୃତ । ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଲାପଟପ୍ ବ୍ୟାଟେରୀ ଫାଟି ନିଆଁ ଲାଗିବା ଯୋଗୁ ଏଭଳି ଅଘଟଣ ଘଟିଯାଇଛି । ସମସ୍ତ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ଏହି ଘଟଣା ପରେ ସାରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ,ପାକିସ୍ଥାନ ଫେସଲାବାଦର ଶରିଫ ଅଞ୍ଚଳରେ ଲାପଟପ୍ ବ୍ୟାଟେରୀ ଚାର୍ଜ କରାଯାଇଥିଲା । ସେହି ସମୟରେ ହଠାତ ଲାପଟପ୍ ବ୍ୟାଟେରୀ ଫାଟିଯାଇଥିଲା । ଯାହାଫଳରେ ଚାରିଆଡେ ନିଆଁ ଲାଗିଯାଇଥିଲା । ଏଭଳି ନିଆଁ ଲାଗିବା ଯୋଗୁ ପରିବାର ଲୋକେ ଘରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ହେଲେ ନିଆଁ ଏପରି ବ୍ୟାପିଯାଇଥିଲା ଯେ ସେମାନେ ନିଆଁରେ ପୋଡ଼ିଯାଇଥିଲେ । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହି ଘଟଣାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନଔଜ ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଏବଂ ସହାନୁଭୂତି ବ୍ୟକ୍ତ କରିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ଆଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking