ଭୁବନେଶ୍ୱର : ପ୍ରତିଷ୍ଠା ହେବ ଆଦିବାସୀ ଲାଙ୍ଗୁଏଜ ଲ୍ୟାବ । ମାତୃଭାଷାରେ ପାଠ ପଢିବାକୁ ବ୍ୟାପକ ସୁଯୋଗ ପାଇବେ ଆଦିବାସୀ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଆଜିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲାଙ୍ଗୁଏଜ ଲ୍ୟାବ କରାଯିବ । ଆଦିବାସୀ ଭାଷାକୁ ଗୁରୁତ୍ୱ ଦେଇ ଶିକ୍ଷକ ନିଯୁକ୍ତି ମଧ୍ୟ କରାଯାଉଛି । ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଜ୍ଞାନ ପାଇବେ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।