22.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶମାଟି ଅତଡା ଖସି: ୪ ମୃତ

ମାଟି ଅତଡା ଖସି: ୪ ମୃତ

ଲକ୍ଷ୍‌ନୌ : ଉତ୍ତରପ୍ରଦେଶର କାସଗଞ୍ଜରେ  ମାଟି ଅତଡା ଖସି  ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୪ଜଣ ଗୁରୁତର ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ  ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି ।  ଏବେବି  ବହୁ ମହିଳା  ଓଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି । ଘର ଓ ଚୁଲି ଲିପିବା ନିମନ୍ତେ କାତୌର, ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଯାଇଥିଲେ। ମାତ୍ର ମାଟି ଖୋଳୁ ଖୋଳୁ ହଠାତ୍ ମାଟି ଅତଡ଼ା ମହିଳାମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ସେମାନେ ତା’ ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିବା ସହ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିବା ବେଳେ ଜେସିବି ଦ୍ୱାରା ମାଟି ଖୋଳି ଲୋକଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଚେଷ୍ଟା ଚାଲିଛି। ମାଟି ତଳୁ ୪ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏଥିସହ ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମାଟି ତଳେ ଆହୁରି ବହୁ ମହିଳା ଓ ଶିଶୁ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ରେସକ୍ୟୁ ଅପରେସନକୁ ତ୍ୱରାନ୍ୱିତ କରାଯାଉଛି। ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking