18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶୟୁକ୍ରେନ୍ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ରୁଷୀୟ ଟିଭି ସାମ୍ବାଦିକା ମୃତ

ୟୁକ୍ରେନ୍ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ରୁଷୀୟ ଟିଭି ସାମ୍ବାଦିକା ମୃତ

ମସ୍କୋ: ରୁଷ୍ ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ, ‘ଚ୍ୟାନେଲ ୱାନ୍‌’ର ଆନ୍ନା ପ୍ରୋକୋଫିଭା ନାମ୍ନୀ ଜଣେ ସାମରିକ ସମ୍ବାଦିକା ୟୁକ୍ରେନ୍ ସୀମାରେ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ରୁଷ୍ ସୀମା ପାର୍ଶ୍ୱରେ ଥିବା ବେଲଗୋରୋଡ ଅଞ୍ଚଳରେ ଏହି ଘଟଣା ଘଟିଥିବା ଚ୍ୟାନେଲ କହିଛି। “ଚ୍ୟାନେଲ ୱାନ୍ ଫାଇଁ ଏକ ଭିଡିଓ ସୁଟ୍ କରୁଥିବା ସମୟରେ ଏଠାରେ ଖଞ୍ଜାଯାଇଥିବା ଏକ ଲ୍ୟାଣ୍ଡ୍‌ମାଇନ୍ ଉପରେ ତାଙ୍କ ଗୋଡ଼ ରହିଯାଇଥିଲା।” ଏଥିରେ ସେ ଜୀବନ ହରାଇଥିବା ବେଳେ ତାଙ୍କ ସହକର୍ମୀ କ୍ୟାମେରାମ୍ୟାନ୍ ଦିମିତ୍ରୀ ଭୋଲକୋଭ ମଧ୍ୟ ଆହତ ହୋଇଛନ୍ତି।

ପ୍ରୋକୋଫିଭା ୩୫ ବର୍ଷ ବୟସ୍କା ଥିଲେ ଏବଂ ୨୦୨୩ ମସିହାରୁ ଚ୍ୟାନେଲ ସହିତ ୟୁକ୍ରେନ୍ ବିବାଦକୁ କଭର କରୁଥିଲେ। ଟେଲିଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମଙ୍ଗଳବାର ଦିନ ହୋଇଥିଲା ଏବଂ ସେ ଏକ ଜଙ୍ଗଲରେ ସାମରିକ ପୋଷାକରେ ଚେୟାରରେ ବସି ଏବଂ ମୁଣ୍ଡରେ ମାଉଣ୍ଟେଡ୍ କ୍ୟାମେରା ପିନ୍ଧିଥିବା ଦେଖାଯାଉଥିଲା। ପ୍ରକାଶ ଗତ ୩ ବର୍ଷର ସଂଘର୍ଷରେ ଅନେକ ରୁଷୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ସୋମବାର ୟୁକ୍ରେନର ଖାରକିଭ୍ ଅଞ୍ଚଳରେ ରୁଷର ମୁଖ୍ୟ କ୍ରେମଲିନ୍ ସମର୍ଥକ ଖବରକାଗଜ ଇଜଭେଷ୍ଟିଆର ଜଣେ ଯୁଦ୍ଧ ସମ୍ବାଦଦାତାଙ୍କ ମୃତ୍ୟୁ ମଧ୍ୟ ସାମିଲ ଅଛି। ଅନ୍ତର୍ଜାତୀୟ ସାମ୍ବାଦିକ ମହାସଂଘ ଅନୁଯାୟୀ, ଫେବୃଆରୀ ୨୦୨୨ ରେ ମସ୍କୋର ଆକ୍ରମଣ ଆରମ୍ଭ ହେବା ପରଠାରୁ ଅତି କମରେ ୨୧ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking