ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ତୁମାରପାଡ଼ ଓ ରାୟଗୁଡେମ ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଖଞ୍ଜି ଥିଲେ । ଏହି ରାସ୍ତାରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲେ । ଯେଉଁଥିରେ ଜଣେ ଡିଆର୍ଜି ଯବାନ ଗୁରୁତର ହୋଇଥିଲେ । ଏହାପରେ ଗୁରୁତର ଯବାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ହୋଇଥିବା ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୋଲିସର ପଡିଆମ ବିନୋଦ । ସେପଟେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।