ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା । ଡିସେମ୍ବର ୩୦ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ନିଜସ୍ୱ ଜମି ପଟ୍ଟା ଦିଆଯିବ । ପ୍ରାଥମିକ ସ୍କୁଲରୁ ବିଶ୍ୱବିଦ୍ୟାଳୟ ଯାଏଁ ସମସ୍ତଙ୍କୁ ମିଳିବ ପଟ୍ଟା । ଏ ନେଇ ବିଧାନସଭା ଗୃହରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଶୀତ କାଳୀନ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ପ୍ରଶ୍ନକାଳ ସହ ପ୍ରଶ୍ନଉତ୍ତର। ସମସ୍ତ ଦଳର ବିଧାୟକ ସହ , ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆଜି ଗୃହରେ ରାଜସ୍ୱ ମନ୍ତ୍ରୀ ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ମିଳିବା ନେଇ ଉତ୍ତର ରଖିଛନ୍ତି ।