23.1 C
Bhubaneswar
Saturday, February 28, 2026
Homeଓଡିଶାଜମି ଜାଲିଆତି ଘଟଣା; ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ନିଲମ୍ବିତ

ଜମି ଜାଲିଆତି ଘଟଣା; ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ନିଲମ୍ବିତ

ଭୁବନେଶ୍ୱର: ସରକାରୀ ଜମି ପଞ୍ଜିକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ। ଶ୍ରୀ ସାମଲ ଗତ ମାର୍ଚ୍ଚ ୨୮ରେ ଏହି କେଶ୍‌ରେ ଗିରଫ ହୋଇଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶ ଅନୁଯାୟୀ ନିଲମ୍ବନ ନହଟିବା ପର୍ଯ୍ୟନ୍ତ ଶ୍ରୀ ସାମଲ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ। ଏହାସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ବିଗତ ଦିନରେ ଅଧିକାଂଶ ମାମଲା ଉପରେ ଦୃଷ୍ଟାନ୍ତମୂଳକ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଦୁର୍ନୀତି ଓ ଜାଲିଆତି କାର୍ଯ୍ୟକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking