21.1 C
Bhubaneswar
Saturday, February 7, 2026
Homeଓଡିଶାଜମି ବିବାଦ: ବଡ ଭାଇକୁ ହାଣିଲା ସାନ ଭାଇ

ଜମି ବିବାଦ: ବଡ ଭାଇକୁ ହାଣିଲା ସାନ ଭାଇ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଜମିବାଡ଼ି ଗଣ୍ଡଗୋଳରୁ କରୁଣ ପରିଣତି ଘଟିଛି। ବଡ଼ ଭାଇକୁ ନିଜ ସାନ ଭାଇ ଠେଙ୍ଗାରେ ପିଟି ମାରିଦେଇଛି। ଏନେଇ  ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କମର୍ଦ୍ଦା ଥାନା ଇଲାକାରୁ ଗିରଫ କରିଛି।

ବଣକାଟି ଗ୍ରାମର ରେବତୀ ସିଂଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦ ତାରିଖ ରାତି ୮ ଟା ସମୟରେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କ ସ୍ବାମୀ ଖୁଦିରାମ ସିଂ ଓ ଦିଅର ଅଭିରାମ ସିଂ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏହି ସମୟରେ ହଠାତ୍ ଅଭିରାମ ଉତ୍ତେଜିତ ହୋଇ ଖୁଦିରାମଙ୍କୁ ଏକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଖୁଦିରାମଙ୍କ ମୁଣ୍ଡ ସମେତ ଶରୀରର ଅନ୍ୟ ସ୍ଥାନ ଫାଟି ଯିବା ସହ ସେ ଲହୁଲୁହାଣ ହୋଇଥିଲେ।ରେବତୀ ଗ୍ରାମବାସୀ ତଥା ବନ୍ଧୁବାନ୍ଧବଙ୍କ ସହାୟତାରେ ଖୁଦିରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ପୁଣି କଟକ ବଡ଼ ମେଡ଼ିକାଲ ନିଆଯାଇଥିବା ବେଳ ୨୧ ତାରିଖ ଅପରାହ୍ନ ୪ ଟା ସମୟରେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ।କଟକ ବଡ଼ ମେଡ଼ିକାଲରେ ଖୁଦିରାମଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking