19.1 C
Bhubaneswar
Friday, February 6, 2026
Homeଓଡିଶାଜମିବାଡ଼ି ବିବାଦ: ଦାଦା ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର

ଜମିବାଡ଼ି ବିବାଦ: ଦାଦା ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର

ସୁବର୍ଣ୍ଣପୁର: ଦାଦା ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗାଁରୁ ଆସିଲା ଅଭାବନୀୟ ଘଟଣା । ଜମିବାଡ଼ିକୁ ବିବାଦକୁ ନେଇ ଗାଁର କିଶୋର ଖଣ୍ଡା ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ।  ଏହାକୁ ନେଇ ଗତକାଲି କିଶୋରଙ୍କ ଦାଦା ଏକ ଛୁରୀରେ ପୁତୁରା କିଶୋର ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛନ୍ତି । ଆକ୍ରମଣରେ ପୁତୁରାର ପେଟ, ହାତ, ମୁଣ୍ଡ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଛି । ସେହିପରି ସ୍ତ୍ରୀ ଭାମାଙ୍କ ଅଣ୍ଟା ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଭୟ ସ୍ବାମୀ, ସ୍ତ୍ରୀଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଉଭୟ ଙ୍କୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking